Only for Entertainment

ଶରୀରକୁ ମ୍ୟାଲେରିଆ ଠାରୁ ଦୂରରେ ରଖିଥାଏ ଏହି ୪ଟି ଜିନିଷ, ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ

healthncure
62

ଏବେ ବି ଲୋକମାନଙ୍କ ମଧ୍ୟରେ ମ୍ୟାଲେରିଆକୁ ନେଇ ମନରେ ଡ଼ର ରହିଛି । ଏବେ ମଧ୍ୟ ପ୍ରତି ବର୍ଷ ୧୮ଲକ୍ଷ ଲୋକ ଏହି ରୋଗର ଶିକାର ହେଉଛନ୍ତି । ଏହି ରୋଗ ଆନୋଫିଲ୍‌ସ ନାମକ ମଶା କାମୁଡ଼ିବା ଦ୍ୱାରା ହେଉଥିବା ବେଳେ ସୂର୍ଯ୍ୟାସ୍ତ ପରେ ଏହି ମଶା ଅଧିକ କାମୁଡ଼ିଥାଏ । ଅନେକ ସମୟରେ ଏହି ରୋଗର ଲକ୍ଷଣ ଜଣା ପଡ଼ି ପାରୁ ନଥିବା ବେଳେ ପରେ ଏହା ଗମ୍ଭୀର ରୂପ ନେଇଥାଏ । ତେବେ ଏହି ରୋଗ ଶିକାର ହେବା ପରେ ଘରେ ଥିବା ଅନେକ ଜିନିଷକୁ ଖାଇ ଆପଣ ଏହି ରୋଗକୁ ଭଲ କରି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…

  • ଦିନକୁ ୨-୩ଥର ୩-୪ଟି ଗୋଲମରିଚକୁ ପେସି ପିଆଜ ରସରେ ମିଶାଇ ଖାଆନ୍ତୁ । ଯାହାଦ୍ୱାରା ମ୍ୟାଲେରିଆ ରୋଗ ଦୂର ହେବ ।
  • ୧୦ଗ୍ରାମ୍‌ କିସ୍‌ମିସ୍‌ ଏବଂ ଅଦାକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଏହା ପରେ ପାଣିକୁ ଥଣ୍ଡା କରି ପିଅନ୍ତୁ । ଏହା ଦ୍ୱାରା ମ୍ୟାଲେରିଆ କଷ୍ଟରୁ ଆରାମ ମିଳିବ ।
  • ଭଣ୍ଡା ପତ୍ରର ଜୁସ୍‌ ତିଆରି କରି ଦିନକୁ ୨-୩ଥର ପିଅନ୍ତୁ । ଏହା ମ୍ୟାଲେରିଆ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଦେଇଥାଏ ।
  • ଗୋଟେ ଚାମଚ ଡାଲ୍‌ଚିନି, ମହୁ ଏବଂ ଅଧା ଚାମଚ ଗୋଲମରିଚ ପାଣିରେ ମିଶାଇ ଫୁଟାଇ ଦିଅନ୍ତୁ । ଏହା ପରେ ଥଣ୍ଡା କରି ମିଶ୍ରଣକୁ ପିଅନ୍ତୁ । ଯାହାଦ୍ୱାରା ମ୍ୟାଲେରିଆ ରୋଗ ଦୂର ହେବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More