ସନ୍ନି ଲିଓନଙ୍କ ରାସ୍ତାରେ ଅଦିତି ରାଓ ହାଇଦରୀ
ଆଜି ହେଉଛି ବଲିଉଡର ଜଣାଶୁଣା ନାୟିକା ଅଦିତି ରାଓ ହାଇଦରୀଙ୍କ ଜନ୍ମଦିନ। ବଲିଉଡରେ ଏକଦଶକ ପୂରଣ କରିଲେଣି ଅଦିତି ରାଓ ହାଇଦରୀ, କିନ୍ତୁ ଏଠି ତାଙ୍କୁ ଖାସ୍ ସଫଳତା ମିଳିନାହିଁ।ଏଯାବତ୍ ଅଦିତିଙ୍କୁ ଜଣେ ଟପ୍ ହିରୋଇନ୍ର ମାନ୍ୟତା ମିଳି ନାହିଁ, କି ତାଙ୍କୁ କୌଣସି ବିଗ୍ ଷ୍ଟାରଙ୍କ ଅପୋଜିଟ୍ରେ ହିରୋଇନ୍ ରୋଲ ପାଇଁ ଅଫର୍ ମିଳୁ ନାହିଁ।
ଏହାକୁ ଲକ୍ଷ୍ୟ କରି ଅଦିତି ସନ୍ନି ଲିଓନଙ୍କ ରାସ୍ତାରେ ଯିବାର ନିଷ୍ପତ୍ତି ନେଇଛନ୍ତି। ହଁ ସେ ବି ସନ୍ନି ଲିଓନଙ୍କ ଭଳି ଦକ୍ଷିଣ ଭାରତୀୟ ସିନେମାକୁ ମୁହାଁଇଛନ୍ତି। ସନ୍ନି ଲିଓନଙ୍କୁ ବଲିଉଡରେ ଭଲ ଅଫର୍ ନ ମିଳିବା ହେତୁ ସାଉଥ୍କୁ ଯାଇଛନ୍ତି।
ଅଦିତି ରାଓ ହାଇଦରୀ ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିଲ୍ଲୀ-୬’ ରୁ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ୟେ ଶାଲି ଜିନ୍ଦେଗି, ରକ୍ଷ୍ଟାର, ଖୁବ୍ସୁରତ୍, ଓ୍ଵାଜିର, ଭୂମି ଏବଂ ପଦ୍ମାବତ୍ ଆଦି ଲୋକପ୍ରିୟ ହିନ୍ଦୀ ସିନେମାର ଅଭିନୟ କରିଛନ୍ତି।
ଅଦିତି ତେଲୁଗୁ ସିନେମା ‘ସମ୍ମୋହନମ୍’ରେ ଡେବ୍ୟୁ କରିଥିଲେ। ଏହା ଏକ ବ୍ଲକବଷ୍ଟର ଫିଲ୍ମ ସାବ୍ୟସ୍ତ ହୋଇଥିଲା। କିନ୍ତୁ ତାପରେ ସେ ବଲିଉଡକୁ ଆସିଥିଲେ। ଏବେ ପୁଣି ଦକ୍ଷିଣ ଭାରତୀୟ ସିନେମାରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।ଏବେ ଅଦିତି ଦୁଇଟି ଦକ୍ଷିଣ ଭାରତୀୟ ସିନେମାରେ କାମ କରୁଥିବା ଜଣାଯାଇଛି।