Only for Entertainment

ଏହି କାରଣରୁ ୟଶ ଚୋପ୍ରାଙ୍କ ବଙ୍ଗଳା ଛାଡ଼ିଲେ ଆଦିତ୍ୟ ଚୋପ୍ରା ଏବଂ ରାନୀ ମୁଖାର୍ଜୀ ।

Deccan Chronicle
110

ୟଶ ରାଜ ଫିଲ୍ମସର ମୁଖ୍ୟ ସଦସ୍ୟ ଏବଂ ନିର୍ମାତା ନିର୍ଦ୍ଦେଶକ ଆଦିତ୍ୟ-ଚୋପ୍ରା ମିଡିଆ ଠାରୁ ଦୂରରେ ରୁହନ୍ତି । ତାଙ୍କ ପତ୍ନୀ ରାନୀ ମୁଖାର୍ଜୀ ମଧ୍ୟ ବିବାହ ପରେ ପବ୍ଲିକରେ ଖୁବ କମ ନଜର ଆସୁଛନ୍ତି । ଏହିଥର କିନ୍ତୁ ଦୁଇଜଣ ତାଙ୍କ ନୂଆ ଘରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଆଦିତ୍ୟ ଏବଂ ରାନୀ ତାଙ୍କ ପୈତୃକ ସମ୍ପତ୍ତି ବା ବଙ୍ଗଳାକୁ ଛାଡ଼ି ଅଲିସାନ ପଡ଼ିଶା ଘରକୁ ସିଫ୍ଟ ହୋଇ ଯାଇଛନ୍ତି ।

 

View this post on Instagram

 

Posting after so long . . . . . . . . . . . . . . . . . . . . . #adityachopra #yrf #yashrajfilms #ranimukherjee #bollywood

A post shared by Aditya Chopra (@adi_choprafc) on

ବାସ୍ତବରେ ଆଦିତ୍ୟ ଚୋପ୍ରା ଏବଂ ରାନୀ ମୁଖାର୍ଜୀ ପ୍ରଥମେ ଜୁହୁ ସ୍ଥିତ ବଙ୍ଗଳାରେ ରହୁଥିଲେ । ଏହି ୟଶ ଚେପ୍ରାଙ୍କର ବଙ୍ଗଳା । ବଲିଉଡ ହଙ୍ଗାମାର ରିପୋର୍ଟ ଅନୁସାରେ ଆଦିତ୍ୟ ଏବଂ ରାନୀ ତାଙ୍କ ନୂଆ ଘରକୁ ସିଫ୍ଟ ହୋଇ ଯାଇଛନ୍ତି । କିଛି ଦିନ ପୂର୍ବରୁ ସେମାନେ ଗୃହପ୍ରବେଶ ରଖିଥିଲେ । ତାଙ୍କ ନୂଆ ଘରର ଲୋକେସନ ୟଶ ଚୋପ୍ରାଙ୍କ ବଙ୍ଗଳା ନିକଟରେ, ଯେଉଁଠାକୁ ଆଦିତ୍ୟ ଏବଂ ରାନୀ ୨ ମିନିଟରେ ଯାଇପାରିବେ ।

କହିରଖୁଛୁ ଆଦିତ୍ୟ ଏବଂ ତାଙ୍କ ସାନ ଭାଇ ଉଦୟ ଚୋପ୍ରାଙ୍କ ପିଲାଦିନ ସେହି ବଙ୍ଗଳାରେ ବିତିଛି । ଘର ସିଫ୍ଟ କରିବାର ଅନ୍ୟ ଏକ କାରଣ କୁହାଯାଉଛିଯେ ଆଦିତ୍ୟ ନିଜେ ଏକ ଘର କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ନୂଆ ଘରକୁ ସିଫ୍ଟ ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More