Only for Entertainment

ମ୍ୟୁଜିକ କମ୍ପାନୀଙ୍କ ଉପରେ ରାଗିଲେ ଆଦିତ୍ୟ ନାରାୟଣ, ଜାଣିଶୁଣି ବଲିଉଡରୁ ଦୂରେଇ ଯାଇଛନ୍ତି

144

ଗାୟକ ଏବଂ ଟିଭି ଉପସ୍ଥାପକ ବା ଉଦିତ ନାରାୟଣଙ୍କ ପୁଅ ଗାୟକ ଆଦିତ୍ୟ ନାରାୟଣ ଏବେ ବଲିଉଡ ଠାରୁ ଦୂରେଇ ଅଛନ୍ତି । ସେ ତାଙ୍କ କ୍ୟାରିଅରକୁ ଏକ ସ୍ୱତନ୍ତ୍ର ସ୍ତରରେ ଗଢିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରୁ ନାହିଁ । ଆଦିତ୍ୟ କହିଛନ୍ତି, ‘ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ କର୍ପୋରେଟ୍‌ ପରମ୍ପରା ପ୍ରବେଶ କରିବା ପରଠାରୁ,  ମ୍ୟୁଜିକ୍ କମ୍ପାନୀ ଗାୟକମାନଙ୍କ ସହ ଚୁକ୍ତିପତ୍ର ସ୍ୱାକ୍ଷର କରୁଛନ୍ତି। ଆଉ ଆମ ଭଳି କଳାକାରମାନଙ୍କ ପ୍ରତି ପରଫର୍ମାନ୍ସରୁ ସେମାନେ କିଛି ଅର୍ଥ ଚାହୁଁଛନ୍ତି। ସେମାନେ ଆମ ଲାଇଭ୍ ଗିଗ୍ସ ଓ ଚୁକ୍ତିରୁ କିଛି ଅର୍ଥ ରୋଜଗାର କରନ୍ତି। ମୁଁ ଏଭଳି ବ୍ୟବସ୍ଥାକୁ ପସନ୍ଦ କରୁନି।’

 

ସେ କହିଛନ୍ତି,’ମୁଁ ଜଣେ ଗାୟକ ଓ ମୁଁ ସଙ୍ଗୀତକୁ ଖୁବ୍ ଭଲ ପାଏ। ସଙ୍ଗୀତ ମୋ ଆତ୍ମାରେ ଅଛି। କିନ୍ତୁ ଏବେ ଏକ ଅଲଗା ସମୟରେ ଅଛୁ। ଏବେକାର ସମୟ ମୋ ବାପାଙ୍କ ସମୟ ପରି ଆଦୌ ନୁହେଁ। ଏପରିକି ଏ ସମୟ ଶ୍ରେୟା ଘୋଷାଲ, ସୁନିଧି ଚୌହାନ୍‌ ଓ ସୋନୁ ନିଗମଙ୍କ ବେଳର ବି ନୁହେଁ। ଏମାନେ ସମସ୍ତେ ସେ ସମୟରେ ଏକ ପରିବାର ଭଳି ରହୁଥିଲେ। ସଙ୍ଗୀତ ନିର୍ଦ୍ଦେଶକ ସହ ମିଶି ସେମାନେ ଗୀତ ତିଆରି କରୁଥିଲେ। ସଫଳତା ଓ ବିଫଳତାକୁ ଏକାଠି ସାମ୍ନା କରୁଥିଲେ। ବର୍ତ୍ତମାନ ସମୟରେ ତିଆରି ହୋଇଥିବା ବ୍ୟବସ୍ଥା ବିରୋଧରେ ଲଢ଼ିବାକୁ ହେଲେ ମୋ ପାଖରେ ଟଙ୍କା ଥିବା ନିହାତି ଜରୁରୀ। ଏଥିସହ ଏଭଳି କିଛି ମଜଭୁତ୍‌ ସମର୍ଥନ ବି ଦରକାର, ଯାହା ବଳରେ ମୁଁ ମୋ ନିଜ ଗୀତଗୁଡ଼ିକୁ ବଜାରକୁ ଛାଡ଼ିପାରିବି।”

 

ଆଦିତ୍ୟ କହିଛନ୍ତି, ‘ଏହି ସବୁ କାରଣ ଯୋଗୁ ମୁଁ ଟିଭି ଶୋ’ ଓ ଲାଇଭ୍‌ ଗିଗ୍‌ସ ଉପରେ ବିଶେଷ ଧ୍ୟାନ ଦେଉଛି। ମୁଁ ବହୁତ ଭାଗ୍ୟବାନ ଯେ ମୁଁ ସବୁଠୁ ଅଧିକ ଆୟ କରୁଥିବା ଟିଭି ଏଣ୍ଟରଟେନରମାନଙ୍କ ମଧ୍ୟରେ ସାମିଲ ଅଛି। ମୋ ପାଇଁ ସ୍ୱାଧୀନ ସଙ୍ଗୀତର ଅର୍ଥ ହେଉଛି- ନିଜେ ଗୀତ ଲେଖିବା, ନିଜେ ଏଥିରେ ସଙ୍ଗୀତ ଦେବା ଓ ମ୍ୟୁଜିକ୍‌ ଲେଭଲ୍‌ମାନଙ୍କ ଚାପରେ ଆସି କାମ କରିବାରୁ ସ୍ୱାଧୀନତା ମିଳିବା।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More