Only for Entertainment

ଦୁଷ୍କର୍ମ ମାମଲାରେ ଆଦିତ୍ୟ ପଂଚୋଲି ଖୋଲିଲେ ମୁହଁ, ସମସ୍ତ ଆରୋପକୁ କହିଲେ ମିଛ !

22

ଅଭିନେତା ଆଦିତ୍ୟ ପାଂଚୋଲିଙ୍କ ବିରୋଧରେ ଥାନାରେ ଏତଲା । ୧୦ ବର୍ଷ ପୂର୍ବେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଥାନାରେ ଆଦିତ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗୁରୁବାର ଦିନ ଏହି ମାମଲା ରୁଜୁ ହୋଇଛି ଯେ ୨୦୦୪-୦୯ ମଧ୍ୟରେ ତାଙ୍କର ଯୌନ ଶୋଷଣ ହୋଇଥିଲା ଏବଂ ତାଙ୍କର ଆପର୍ତ୍ତି ଜନକ ଫଟୋ ଘର ଲୋକଙ୍କୁ ପଠାଇଥିଲେ ।

ଆଦିତ୍ୟ ପାଚୋଂଲି ତାଙ୍କୁ ଜବରଦସ୍ତି ଘରେ ବନ୍ଦ କରି ରଖୁଥିବା ଅଭିଯୋଗ ଆଣିଛନ୍ତି ଏହି ନାୟିକା । ଘଟଣାରେ ଆଦିତ୍ୟ ଗିରଫ ବି ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏବେ ଆଦିତ୍ୟ ପଂଚୋଲି ଏଥିପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି ଏସବୁ ମିଛ । ଆଦିତ୍ୟ ପଂଚୋଲି କହିଛନ୍ତି ଯେ ହଁ ମୋ ନାଁ’ରେ ମାମଲା ଦାୟର କରାଯାଇଛି, ଯାଂଚ ହେବ ଏବଂ ପଚରାଉଚରା ହେବ । ଥରେ ପଚରାଉଚରା ହେଲେ ଜଣା ପଡିଯିବ ଯେ ୧୩-୧୪ବର୍ଷ ପୂର୍ବେ ଧର୍ଷଣ ହୋଇଥିଲା କି ଏହା ସବୁ ଷଡଯନ୍ତ୍ର ।

ଘଟଣାକୁ ମିଛ ବୋଲି କହିବା ସହ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ବିରୋଧରେ ଡିଫେମେସନର ଚାର୍ଜ ଲଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More