Only for Entertainment

ଆଦିତ୍ୟଙ୍କ ପିଛା ଛାଡୁନି ସମସ୍ୟା, ସୁଟିଂ ସେଟରେ ପୁଣିଥରେ ହେଲେ ଆହତ

google
15

ଅଭିନେତା ଆଦିତ୍ୟ ରୟ କପୁର ଏବେ ନିଜର ଆଗାମୀ ଫିଲ୍ମ ଗୁଡିକର ସୁଟିଂରେ ବ୍ୟସ୍ତ । ଗତ ମାସ ଗୋଆରେ ମୋହିତ୍‍ ସୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ମଲଙ୍ଗ’ର ସୁଟିଂ ସମୟରେ ଅଭିନେତା ଆଦିତ୍ୟ ରୟ କପୁର ଆହତ ହୋଇଥିଲା । ‘ମଲଙ୍ଗ’ ହେଉଛି ଆଦିତ୍ୟଙ୍କର ପ୍ରଥମ ଆକ୍ସନ୍‍ ଫିଲ୍ମ । ଏକ ଷ୍ଟଣ୍ଟ ସିନ୍‍ ପାଇଁ ସୁଟିଂ କରୁଥିବା ବେଳେ ତାଙ୍କର କାନ୍ଧରେ ଗୁରୁତର ଆଘାତ ଲାଗିଥିଲ । ଏହାପରେ ଅଦିତ୍ୟ ରେଷ୍ଟ ନେବା ସହ ଫିଜିଓ ଥେରାପୀ ମଧ୍ୟ କରିଥିଲେ । ଏହି ଘଟଣା ପରେ ଆଦିତ୍ୟ ଏବେ ଆଉ ଏକ ଫିଲ୍ମର ସୁଟିଂ ସେଟରେ ପୁଣିଥରେ ଆହତ ହୋଇଛନ୍ତି ।

aditya-roy-kapur

ସୂଚନାରୁ ଜଣାପଡ଼ିଛି ଯେ, ଫିଲ୍ମ ‘ସଡ଼କ-୨’ ପାଇଁ ଷ୍ଟଣ୍ଟ ସିନ୍‍ କରିବା ସମୟରେ ଆଦିତ୍ୟଙ୍କର କାନ୍ଧରେ ଆଘାତ ପୁଣି ବଢ଼ିଯାଇଛି । ଏହା ପରେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ବେଡ୍‍ ରେଷ୍ଟ୍‍ ଲାଗି ପରାମର୍ଶ ଦେଇଛନ୍ତି । ତେଣୁ ବର୍ତ୍ତମାନ ଆଦିତ୍ୟ ନିଜର ଆଗାମୀ ଫିଲ୍ମଗୁଡ଼ିକର ଛୋଟ ମୋଟ ସିନ୍‍ କରୁଛନ୍ତି । ଫିଲ୍ମ ‘ମଲଙ୍ଗ’କୁ ଆଦିତ୍ୟ ରୟ କପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏଥିରେ ସେ ଜଣେ ସିରିୟଲ କିଲର୍‍ ଭୂମିକା ନିଭାଉଛନ୍ତି ଏବଂ ଫିଲ୍ମର କାହାଣୀ ଏକ ରେପ୍‍ କେସ୍‍ ଉପରେ ଆଧାରିତ । ଫିଲ୍ମ ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ଦୁଇ ଭିନ୍ନ ଭିନ୍ନ ରୂପରେ ଦେଖାଦେବେ ।

sadak-2

ଫିଲ୍ମର ଫାଇନାଲ ସିକ୍ୱେନ୍ସର ସୁଟିଂ ପୂର୍ବରୁ ଆଦିତ୍ୟ ଏକ ମାସ ଲାଗି ଆକ୍ସନ୍‍ ସିନ୍‍ ପାଇଁ ଟ୍ରେନିଂ ନେଇଥିଲେ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଆଦିତ୍ୟ ଏହି ଫିଲ୍ମରେ ପ୍ରାୟ ୭ କିଲୋ ଓଜନ କମାଇଛନ୍ତି । ‘ସଡ଼କ-୨’ ଫିଲ୍ମଟି ୧୯୯୧ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଦତ୍ତ ଏବଂ ପୂଜା ଭଟ୍ଟ ଅଭିନୀତ ଫିଲ୍ମ ‘ସଡ଼କ’ର ଏହା ହେଉଛି ସିକ୍ୱେଲ । ଏଥିରେ ପୂଜା ଭଟ୍ଟ ଏବଂ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁରଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମ ଜରିଆରେ ମହେଶ୍‍ ଭଟ୍ଟ ପ୍ରାୟ ୨୦ ବର୍ଷ ପରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More