Only for Entertainment

ଅନୁରାଗ ବସୁଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ, ବଡ ପରଦାରେ ପ୍ରଥମଥର ପାଇଁ ଏକାଠି ନଜର ଆସିବେ ଆଦିତ୍ୟ ରୟ କପୁର-ସାନ୍ୟା ମଲହୋତ୍ରା

DNA India
69

ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ସାନ୍ୟ ମଲହୋତ୍ରା ଖୁବ ଶୀଘ୍ର ନିର୍ଦ୍ଦେ ଶକଗ ଅନୁରାଗ ବସୁଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଅନୁରାଗ ବସୁ, ଆଦିତ୍ୟ-ସାନ୍ୟାଙ୍କ ସହିତ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଅଭିନେତା ଆଦିତ୍ୟ ରୟ କପୁର ଖୋଦ ଫିଲ୍ମ ସୁଟିଂ ଆରମ୍ଭ ହେବାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଆଦିତ୍ୟ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଅଭିନେତ୍ରୀ ସାନ୍ୟ ଏବଂ ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ସହ୍ତ ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି ‘ଏକ ନୂଆ ଯାତ୍ରାର ଆରମ୍ଭ’ । କିଛି ଘଣ୍ଟା ପୂର୍ବେ ସେୟାର କରାଯାଇଥିବା ଏହି ଫଟୋରେ ଏପର୍ଯ୍ୟନ୍ତ ୨ ଲକ୍ଷ ୯୦ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି ।

 

 

View this post on Instagram

 

A new journey begins ?

A post shared by @ adityaroykapur on

ଆପଣଙ୍କୁ କହିରଖୁଛୁ ଯେ , ଏହି ଫିଲ୍ମରେ ସାନ୍ୟା ଏବଂ ଆଦିତ୍ୟ ରୟ କପୁର ପ୍ରଥମ ଥର ପାଇଁ ବଡ ପରଦାରେ ଏକାଠି ନଜର ଆସିବେ । ଏହା ଏକ ମଲ୍ଟିଷ୍ଟାରର ଫିଲ୍ମ ହେବ । ଫିଲ୍ମରେ ଏହି ଦୁଇ କଳାକାରଙ୍କ ବ୍ୟତିତ ଅଭେଷେକ ବଚ୍ଚନ, ରାଜକୁମାର ରାଓ ଏବଂ ଫାତିମା ସନା ଶେଖଙ୍କୁ ଦେଖିବାକୁ ମିଳିବ । ଅନୁରାଗ ବସୁଙ୍କ ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବର ୬ରେ ରିଲିଜ ହେବ ।

ଫିଲ୍ମ ମେକର୍ସ ଏପର୍ଯ୍ୟନ୍ତ ଫିଲ୍ମର ନାମ ଘୋଷଣା କରିନାହାଁନ୍ତି । କିଛି ଦିନ ପୂର୍ବେ ମେକର୍ସ ରାଜକୁମାର ରାନଓ ବେଂ ଫାତିମା ସନା ଶେଖଙ୍କ ଏକ ଫଟୋ ସେୟାର କରିଥିଲେ । ଫଟୋରେ ରାଜକୁମାର ଡିସ୍କୋ କିଙ୍ଗ ମିଥୁନ ଚକ୍ରବର୍ତ୍ତୀଙ୍କ ଅନ୍ଦାଜରେ ନଜର ଆସିଥିଲେ । ଅନ୍ୟପକ୍ଷରେ ଫାତିମାଙ୍କୁ ସାଢୀରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଲୋକେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ କେଉଁ ନାୟିକାଙ୍କୁ ଦେଖିବାକୁ ମିଳିବ ତାହା ବିଷୟରେ କିଛି ସ୍ପଷ୍ଟ କରାଯାଇନାହିଁ ।

ସୂଚନା ଅନୁସାରେ ଏହି ଫିଲ୍ମରେ ଆକ୍ସନ ସହିତ କମେଡି ମଧ୍ୟ ଦେଖିବାକୁ ମିଳିବ ସ୍ଫିଲ୍ମରେ ଦର୍ଶକ ଅନେକ କାହଣୀ ଦେଖିବାକୁ ପାଇବେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ଲାଇଫ ଇନ ଏ ମେଟ୍ରୋର ଏହା ସିକ୍ୱଲ ହୋଇପାରେ । ତେବେ ମେକର୍ସ କେବେ ଏହାର ଟାଇଟଲ ଘୋଷଣା କରୁଛନ୍ତି ଦେଖିବାକୁ ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More