‘କବିର ସିଂ’ର ସଫଳତା ପରେ କିଆରାଙ୍କ ହାତକୁ ଆସିଲା ଆଉ ଏକ ଫିଲ୍ମ, ଏହି ଅଭିନେତାଙ୍କ ସହିତ କରିବେ ସ୍କ୍ରିନ ସେୟାର
ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ଏବେ ‘କବିର ସିଂ’ ପାଇଁ ଚର୍ଚ୍ଚାରେ । ଫିଲ୍ମ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ୩୦୦ କୋଟିର ବ୍ୟବସାୟ କରି ସାରିଲାଣି । ତେବେ କବିର ସିଂନର ସଫଳତା ପରେ କିଆରାଙ୍କ ପାଖକୁ ଫିଲ୍ମର ଅଫର ଆସିବାରେ ଲାଗିଛି । କିଆରା ଖୁବ ଶୀଘ୍ର ଫିଲ୍ମ ‘ଇନ୍ଦୁ କି ଜବାନୀ’ରେ ନଜର ଆସିବେ । ଏହି ଫିଲ୍ମରେ କିଆରାଙ୍କ ଅପୋଜିଟରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ଅଭିନେତା ଆଦିତ୍ୟ ସିଲ ନଜର ଆସିବେ । ପ୍ରଥମଥର ପାଇଁ ଆଦିତ୍ୟ ଏବଂ କିଆରା ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ।
ଖବର ଅନୁସାରେ ଫିଲ୍ମ ‘ଇନ୍ଦୁ କି ଜବାନୀ’ର ନିର୍ଦ୍ଦେଶନା ଦେବେ ଅବୀର ସନଗୁପ୍ତା । ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ହେବ । ଏହି ଫିଲ୍ମର କାହଣୀ ଇନ୍ଦୁ ଉପରେ ଆଦାରିତ । ଫିଲ୍ମରେ କିଆରା ଇନ୍ଦୁ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଜରିଆରେ ବଙ୍ଗାଳୀ ଫିଲ୍ମ ନର୍ମାତା ଅବୀର ସନଗୁପ୍ତା ବଲିଉଡ ଡେବ୍ୟୁ କରିବେ ।
କିଆରାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ବମରେ ନଜର ଆସିବେ । ଏହା ସହିତ ଫିଲ୍ମ ଗୁଡ ନ୍ୟୁଜରେ ମଧ୍ୟ କିଆରାଙ୍କୁ ଦର୍ଶକେ ଦେଖିବାକୁ ପାଇବେ । ଫିଲ୍ମରେ କିଆରାଙ୍କ ବ୍ୟତିତ ଅକ୍ଷୟ କୁମାର, କରୀନା କପୁର ଏବଂ ଦଲଜୀତ ଦୋସାଂଝା ମୂଖ୍ୟ ଭୂମିକାରେ ନଜର ଆସିବେ ।