Only for Entertainment

କରଣ ଜୋହର ଶାହରୁଖ ଖାନଙ୍କୁ ଦେଲେ ଧୋକା, କହଲେ, ‘କିଙ୍ଗ ଖାନ ନୁହଁନ୍ତି ରଣବୀର କପୁର ମୋର…’

DNA India
0 21

ବଲିଉଡରେ କିଙ୍ଗ ଖାନ ଶାହରୁଖ ଖାନ ଏବଂ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ବନ୍ଧୁତା ବିଷୟରେ କିଏ ବା ନ ଜାଣେ । ଏବେ ମଧ୍ୟ ଦୁହିଁଙ୍କର ବନ୍ଧୁତାର ଉଦାହରଣ ସବୁଠାରେ ଦିଆଯାଇଥାଏ । କରଣ ଜୋହର ନିଜ ବୟାନରେ ଏହା ମଧ୍ୟ କହିଛନ୍ତି ଯେ ଶାହରୁଖ କେବଳ ମୋ ବନ୍ଧୁ ନୁହଁନ୍ତି ଭାଇ ମଧ୍ୟ । ସେଥପାଇଁ ତ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହେ’ ଠାରୁ ଆରମ୍ଭ କରି ‘ମାଇଁ ନେମ ଇଜ ଖାନ’ ଫିଲ୍ମ ପର୍ଯ୍ୟନ୍ତ ସବୁ ଫିଲ୍ମରେ ଶାହରୁଖଙ୍କୁ ଦେଖିବାକୁ ମିଳେ । ଏପରିକି କରଣଙ୍କ ଫିଲ୍ମ ‘ୟେ ଦିଲ ହେ ମୁସକିଲ’ରେ ମଧ୍ୟ ଶାହରୁଖ କେମିୟୋ ଭାବେ ନଜର ଆସିଥିଲେ ।

shah-rukh

କିନ୍ତୁ ନିକଟରେ କରଣ ଜୋହର ଏପରି କିଛି କହିଛନ୍ତି ଯାହାକୁ ଶୁଣିଲେ କିଙ୍ଗ ଖାନ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଇଣ୍ଟରଭ୍ୟୁରେ କରଣଙ୍କୁ ପଚରାଯାଇଥିଲା ଆପଣଙ୍କର ପ୍ରିୟ କଳାକାର କିଏ ? ଏହାପରେ ସମସ୍ତେ ଭାବିଥିଲେ କରଣ ନିଜ ବନ୍ଧୁ ଶାହରୁଖଙ୍କ ନାମ ନେବେ କିନ୍ତୁ ସେ ଏପରି କରିନଥିଲେ । କରଣ ଜୋହର ତାଙ୍କ ଉତ୍ତରରେ କହିଥିଲେ ତାଙ୍କ ଅଲ ଟାଇମ ଫେବରେଟ ଆକ୍ଟର ହେଉଛନ୍ତି ରଣବୀର କପୁର । କାରଣ ସେ ଜଣେ ପ୍ରତିଭାବାନ କଳାକାର ।

karan-johar-ranbir-kapoor-759

କରଣ ଏହା ମଧ୍ୟ କହିଥିଲେ, ମୁଁ ରଣବୀରଙ୍କ ସହିତ ଆଗରୁ କାମ କରିସାରିଛି ଏବଂ ତାଙ୍କର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ କାମ କରୁଛି ଏବଂ ଏହାକୁ ନେଇ ମୁଁ ଖୁବ ଉତ୍ସାହିତ ଅଛି । ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ସହିତ ଅମିତାଭ ବଚ୍ଚନ ଏବଂ ଆଲିଆ ଭଟ୍ଟ ନଜର ଆସିବେ ।

କରଣ ଜୋହର ତ ରଣବୀରଙ୍କୁ ନିଜ ପ୍ରିୟ କଳାକାର ବୋଲି କହିଦେଲେ କିନ୍ତୁ ଯେତେବେଳେ ଶାହାରୁଖ ଏହି ବଷୟରେ ପଚରାଯିବ ସେତେବେଳେ କିଙ୍ଗ ଖାନଙ୍କ ପ୍ରିତିକ୍ରିୟା କ’ଣ ରହିବ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More