Only for Entertainment

ଫୁଟବଲ ମ୍ୟାଚରେ ଭାରତକୁ ସପୋର୍ଟ କରୁଥିବାରୁ ଭାରତୀୟଙ୍କୁ ବନ୍ଦୀ କଲେ ୟୁଏଇ ବ୍ୟକ୍ତି, ଦେଖନ୍ତୁ ଭିଡିଓ !

22

ଏଏଫସି ଏସିଆ କପ୍‌ ଫୁଟବଲ୍‌ ମ୍ୟାଚ୍‌ରେ ଭାରତ ଓ ୟୁଏଇ ଟକ୍କର ହୋଇଥିଲା। ତେବେ ଏହି ମ୍ୟାଚ୍‌ ପୂର୍ବରୁ ୟୁଏଇର ଜଣେ ବ୍ୟକ୍ତି ଭାରତୀୟ ଫୁଟବଲ ଫ୍ୟାନ୍‌ଙ୍କ ସହ ପଶୁଭଳି ଆଚରଣ କରିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ବ୍ୟକ୍ତି ଜଣକ ଭାରତୀୟ ଫୁଟବଲ ଫ୍ୟାନ୍‌ଙ୍କୁ ପକ୍ଷୀଙ୍କ ପଞ୍ଜୁରୀରେ ବନ୍ଦୀ କରି ଲକ୍‌ କରିବାକୁ କହୁଥିବା ଦେଖିବାକୁ ମିଳୁଛି। ଏହି ବନ୍ଦୀ ଥିବା ବ୍ୟକ୍ତିମାନେ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରିବାକୁ କହିବାରୁ ବ୍ୟକ୍ତିଟି ବାଡ଼ି ଧରି ଏମାନଙ୍କୁ ବନ୍ଦୀ କରିଦେଇଥିବା କୁହାଯାଉଛି। ତେବେ ସେମାନେ ୟୁଏଇକୁ ସମର୍ଥନ କରିବେ ବୋଲି କହିବା ପରେ ବ୍ୟକ୍ତି ଜଣଙ୍କ ବନ୍ଦୀ ଥିବା ବ୍ୟକ୍ତିଙ୍କୁ ଛାଡ଼ୁଥିବା ଦୃଶ୍ୟ ଭିଡିଓରେ ରହିଛି। ଦେଖନ୍ତୁ ଭିଡ଼ିଓ –

ଭିଡିଓ ଭାଇରାଲ୍‌ ହେବା ପରେ ଉକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରି  ୟୁଏଇ ଆଟର୍ଣ୍ଣି ଜେନେରାଲ୍‌ ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ଏଭଳି ଘଟଣା ଥଟ୍ଟାମଜାରେ କରାଯାଇଥିବା ସଫେଇ ଦେଇଛନ୍ତି। ସେ କହିଛନ୍ତି, ଭିଡିଓରେ ଥିବା ବ୍ୟକ୍ତିମାନେ ମୋ ସହ କାମ କରନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୨୨ ବର୍ଷ ହେଲା ଜାଣିଛି। କେବଳ ଥଟ୍ଟାମଜାରେ ଏଭଳି କରାଯାଉଥିଲା ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More