Only for Entertainment

୧୭ବର୍ଷ ପରେ ବନ୍ଦ ହେଲା କୌନ ବନେଗା କରୋଡପତିର ଇଂରାଜୀ ଭର୍ସନ ‘who wants to be a millionaire?’

22

ଟିଭିର ସବୁଠାରୁ ଅଧିକ ପସନ୍ଦିତା ରିଆଲିଟି ଶୋ’ କୁହାଯାଉଥିବା କୌନ ବନେଗା କରୋଡପତି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ନିଜ ମଧ୍ୟ ପପୁଲାର ଅଟେ । କୌନ ବନେଗା କରୋଡପତିା ଇଂରାଜୀ ଭର୍ସନ ‘who wants to be a millionaire?’ ବିଦେଶରେ ପପୁଲାର ରହିଛି । ଏହି ଶୋ ପୂର୍ବ ୧୭ବର୍ଷ ହେବ ଲୋକଙ୍କ ହୃଦୟରେ ଏକ ଖାସ ଜାଗା ବନାଇ ପାରିଥିଲା । କିନ୍ତୁ ଏବେ ଅନେକ ବର୍ଷରୁ ଲଗାତାର ପ୍ରସାରଣ ପରେ ଟିଭି ଶୋ’ ‘who wants to be a millionaire?’ କୁ କ୍ୟାନସଲ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ୨୦୦୨ପରେ ମଧ୍ୟ ୧୭ବର୍ଷ ହେବ ଲଗାତାର ପ୍ରସାରିତ ହେଉଥିଲା । ଇଂଟର ନ୍ୟାସନାଲ ଭର୍ସନର ଏହି ଇଂରାଜୀ ଶୋ’ ଟେଲିକାଷ୍ଟ ଏବିସି ଚ୍ୟାନେଲରେ କରାଯାଉଥିଲା । ଏକ ରିପୋର୍ଟ ମୁତାବକ ‘who wants to be a millionaire?’ ୧୭ବର୍ଷ ହେବ ସଫଳତାର ସହ ପ୍ରସାରଣ ପରେ ଶୋ’ ୨୦୧୯-୨୦ର ସିଜନ ପାଇଁ ଆଉ ପରଦାକୁ ଫେରିବ ନାହିଁ ।

ଏଠାରେ ଆମେ ଜଣାଇ ରଖୁଛୁ ଯେ ଶୋ’ର ପ୍ରଡକ୍ସନ ବେଲେକ୍ରେଷ୍ଟ ପ୍ରଡକ୍ସନ ଦ୍ୱାରା କରାଯାଏ ଏବଂ ଏହାର ଡିଷ୍ଟ୍ରିବ୍ୟୁଶନର ଏବିସି ହୋମ ଏଂଟରଟେନମେଂଟ ଆଣ୍ଡ ଟିଭି ଡିଷ୍ଟ୍ରିବ୍ୟୁଶନର ଦାୟିତ୍ୱରେ ହୋଇଥାଏ । ୧୯୯୯ରେ ଶୋ ଏବିସିର ପ୍ରାଇମ ଟାଇମ ସ୍ଲଟରେ ପ୍ରଥମ ଥର ପ୍ରସାରିତ ହୋଇଥିଲା ଏବଂ ଲଗାତାର ୨୦୦୨ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଶୋ’ର ହୋଷ୍ଟ ରେଜିସ ଫିଲବିନ ଥିଲେ, ଯାହାଙ୍କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More