Only for Entertainment

କାର୍ତ୍ତିକଙ୍କୁ ପ୍ରଥମ ଥର କିସ କରୁଥିବାର ଦେଖି ଏଭଳି ହୋଇ ଯାଇଥିଲା ତାଙ୍କ ମା’ଙ୍କ ଅବସ୍ଥା, ୮ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟତା ।

65

କାର୍ତ୍ତିକ ଆର‌୍ୟନଙ୍କ ଅଭିନୀତ ଫିଲ୍ମ ଲୁକା ଛୁପି ସିନେମା ଘରେ ରିଲିଜ ହୋଇଛି । ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସପନ୍ସ ମଧ୍ୟ ମିଳୁଛି । ଫିଲ୍ମରେ କାର୍ତ୍ତିକଙ୍କ ସହିତ କୃତି ସାନନ ମଧ୍ୟ ନଜର ଆସିଛନ୍ତି । ତେବେ ଫିଲ୍ମ ରିଲିଜ ହେବା ପରେ ମଧ୍ୟ କାର୍ତ୍ତିକ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ପ୍ରମୋଶନ ସମୟରେ କାର୍ତ୍ତିକ ଏଭଳି ଏକ କଥା କହିଛନ୍ତି ଯାହା ହୁଏତ ଆପଣଙ୍କୁ ବିଶ୍ୱାସ ହୋଇନପାରେ ।

କାର୍ତ୍ତିକ ଯେତେବେଳେ ପ୍ରଥମ ଥର ଫିଲ୍ମ ପ୍ୟାର କା ପଂଚନାମାରେ ହିରୋଇନକୁ କିସ କରିଥିଲେ ତାଙ୍କ ମା ଚିନ୍ତିତ ହୋଇ ଯାଇଥିଲେ । ସେ ଚିନ୍ତାରେ କାନ୍ଦିବାକୁ ଲାଗିଲେ । କେବଳ ସେତିକି ନୁହେଁ ତାଙ୍କ ଜେଜେମା ମଧ୍ୟ କିସିଂ ଦୃଶ୍ୟ ପାଇଁ ଆର‌୍ୟନଙ୍କ ଉପରେ ନାରାଜ ହୋଇ ଯାଇଥିଲେ । କାରଣ ହେଉଛି ଆର‌୍ୟନ ଫିଲ୍ମରେ ପ୍ରବେଶ କରି ପଢା ଛାଡ଼ି ଦେଇଥିଲେ ।

କାର୍ତ୍ତିକ ୮ ବର୍ଷରେ ପ୍ରାୟ ୮ଟି ଫିଲ୍ମ କରିଛନ୍ତି । କାର୍ତ୍ତିକଙ୍କ ନାମ ଏବେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କ ସହିତ ଯୋଡ଼ି ହେଉଛି । ଏହି ଦୁଇଜଣଙ୍କୁ ଅଧିକ ସମୟରେ ବାହାରେ ସ୍ପଟ କରାଯାଉଛି । ତେଣୁ ଦୁଇଜଣଙ୍କୁ ନେଇ ଅଫେୟର ଖବର ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More