Only for Entertainment

୯ ବର୍ଷ ପରେ ପୁଣି ଥରେ ରୂପେଲି ପରଦାକୁ ଫେରିବେ ଏହି ଅଭିନେତ୍ରୀ

Amar Ujala
0 52

ବଲିଉଡର ‘ରଙ୍ଗୀଲା ଗାର୍ଲ’ ଉର୍ମିଳା ମାତୋଣ୍ଡକର ବିବାହ ପରେ ଫିଲ୍ମଠାରୁ ଏକ ପ୍ରକାର ଦୂରେଇ ଯାଇଥିଲେ । କିନ୍ତୁ ଖୁବ ଶୀଘ୍ର ସେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି । ଫିଲ୍ମରେ ଉର୍ମିଳାଙ୍କୁ ଏକ ସ୍ପେଶାଲ ନମ୍ବରେ ଦେଖିବାକୁ ମିଳିବ । ଆଜ୍ଞା ହଁ, ଉର୍ମିଳା ମତୋଣ୍ଡକର ଫିଲ୍ମ ‘ବ୍ଲାକମେଲ’ ଜରିଆରେ ପରଦାକୁ ଫେରୁଛନ୍ତି । ଫିଲ୍ମର ଏକ ଗୀତର ଲଂଚିଙ୍ଗ ସମୟରେ ନିର୍ମାତା କହିଥିଲେ ଯେ ଉର୍ମିଳା ଫିଲ୍ମରେ ଏକ ସ୍ପେଶାଲ ନମ୍ବରେ ନଜର ଆସିବେ ।

urmila

ଉର୍ମିଳା ଶେଷ ଥର ପାଇଁ ଫିଲ୍ମ ‘ଇଏମଆଇ’ରେ ନଜର ଆସିଥିଲେ । ଫିଲ୍ମରେ ଉର୍ମିଳାଙ୍କ ସହିତ ସଂଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ମଲାଇକା ଅରୋରା ପ୍ରମୁଖ ଲିଡ ରୋଲରେ ନଜର ଆସିଥିଲେ । ୨୦୧୬ରେ ଉର୍ମିଳା ନିଜଠାରୁ ୧୦ ବର୍ଷ ଛୋଟ କାଶ୍ମୀର ବିଜନେସମ୍ୟାନ ଏବଂ ମଡେଲ ମୋହସିନ ଅଖତର ମୀରଙ୍କୁ ବିବାହ କରିଥିଲେ ।

ଫିଲ୍ମ ‘ବ୍ଲାକମେଲ’ ପତି-ପତ୍ନୀଙ୍କ କାହାଣୀ ଉପରେ ଆଧାରିତ । ଫିଲ୍ମରେ ପତି ଭୂମିକାରେ ଇରଫାନ ଖାନ ଏବଂ ପତ୍ନୀ ଭୂମିକାରେ କୃତୀ କୁହ୍ଲାରୀ ନଜର ଆସିବେ । ଅଭିନୟ ଦେବ ଏହାର ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମଟି ୬ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More