Only for Entertainment

ଡଲ ପରେ ଏବେ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ତୈମୁର!

24

ସୈଫ ଅଲ୍ଲୀ ଖାନ ଏବଂ କରୀନା କପୂରଙ୍କ ଲାଡଲା ତୈମୁର ଅଲୀ ଖାନଙ୍କୁ ଏବେ କୌଣସି ପରିଚୟ ଦରକାର ନାହିଁ । ସେ ଜନ୍ମ ହେବା ପରଠାରୁ ହିଁ ସୋସିଆଲ ମିଡିଆରେ ଷ୍ଟାର ହୋଇ ଅଛନ୍ତି , ଏବଂ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଟାଣି ନିଅନ୍ତି । ଏବେ ତ ପରିସ୍ଥିତ ଏପରି ଲାଗୁଛି ଯେ କରୀନା ଏବଂ ସୈଫଙ୍କ ଠାରୁ ତୈମୁର ଅଧିକ ପପୁଲାର ।

କିଛି ଦିନ ପୂର୍ବେ ଖବର ଆସିଥିଲା ଯେ ତୈମୁରଙ୍କ ନାଁରେ ମାର୍କେଟରେ ଏକ ‘ତୈମୂର ଡଲ’ ବିକ୍ରି ହେଉଛି । ସେହିଭଳି ଏବେ ଆଉ ଏକ ଖବର ଶୁଣିବାକୁ ମିଳିଛି ଯେ ଖୁବ ଶୀଘ୍ର ତୈମୁର ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅସଲରେ ଏକ ଖବର ମୁତାବକ ଅସଲରେ ଫିଲ୍ମମେକର ମଧୁର ଭଣ୍ଡାରକର ତୈମୂର ଟାଇଟଲରେ ଏକ ଫିଲ୍ମ ଆଣିବାକୁ ଯାଉଛନ୍ତି , ଯାହାର ରେଜିଷ୍ଟର ସେ କରିସାରିଛନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଏହି ଫିଲ୍ମ ସୈଫଙ୍କ ପୁଅ ତୈମୁରଙ୍କ ଉପରେ ଆଧାରିତ କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More