Only for Entertainment

ଦୀର୍ଘଦିନ ପରେ ଏହି ଗୀତ ଜରିଆରେ ପରଦାକୁ କମବ୍ୟାକ କରୁଛନ୍ତି ୟୋ ୟୋ, ଦେଖନ୍ତୁ ଟେଲର !

youtube
34

ଅନେକ ଦିନର ବ୍ୟବଧାନ ପରେ ପରଦାକୁ ପୁଣି ଫେରୁଛନ୍ତି ହନି ସିଂ ଏକ ମ୍ୟୁଜିକ ଭିଡିଓ ଜରିଆରେ । ଏହି ମ୍ୟୁଜିକ ଭିଡିଓର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ହନି ସିଂଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ମ୍ୟୁଜିକ ଭିଡିଓ ଟିସିରିଜ ପ୍ରଡକ୍ସନରେ ରିଲିଜ ହେବ । ଏହି ଭିଡିଓର ଟ୍ୟାଗ ଲାଇନ ରହିଛି ‘ମଖଣା’ ।

ଏଠାରେ ଆମେ କହି ରଖୁଛୁ ଯେ ଶରୀର ଅସୁସ୍ଥ କାରଣରୁ ବହୁଚର୍ଚ୍ଚିତ ୟୋ ୟୋ ଲମ୍ବା ସମୟ ଧରି ପରଦାରୁ ଦୁରେଇ ରହିଥିଲେ । ଏବେ ନିକଟରେ ସ୍ପଟ ହୋଇଥିଲେ ରଣବୀର-ଦୀପିକାଙ୍କ ମୁମ୍ବାଇ ରିସେପସନ ପାର୍ଟିରେ । ସେ ପୂର୍ବ ଅପେକ୍ଷା ମୋଟା ଦିଶୁଥିଲେ । ସେ ଯାହା ହେଉ ନା କାହିଁକି ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର ଏହା ଯେ ଏହି ଗୀତ ଜରିଆରେ କମବ୍ୟାକ କରୁଛନ୍ତି ସିଙ୍ଗର ହନି ସିିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More