Only for Entertainment

ବଲିଉଡରେ ଛାଇଲା ମୌନିଙ୍କ ଯାଦୁ, ଡେବ୍ୟୁ ପୂର୍ବରୁ ମିଳିଲା ଚତୁର୍ଥ ଫିଲ୍ମ ।

Bollyworm
0 48

ଟିଭି ଅଭିନେତ୍ରୀ ବା ନାଗୀନ ଫେମ ମୌନି ରୟଙ୍କ ଜଲୱା ଏବେ ବଲିଉଡରେ ଛାଇ ରହିଛି । ସେଥିପାଇଁ ତ ସେ ବଲିଉଡ ଡେବ୍ୟୁ କରିବା ପୂର୍ବରୁ ଚତୁର୍ଥ ଫିଲ୍ମ ସାଇନ କରିସାରିଛନ୍ତି । ଅକ୍ଷୟ କୁମାର, ରଣବୀର କପୁର ଏବଂ ଜନ ଆବ୍ରାହମଙ୍କ ପରେ ଏବେ ସେ ରାଜକୁମାର ରାଓଙ୍କ ସହିତ ସ୍କ୍ରିନ ସେୟାର କରିବେ ।

ଟ୍ରେଡ ଅନାଲିଷ୍ଟ ତରଣ ଆଦର୍ଶ ଟୁଇଟ କରି ମୌନିଙ୍କ ଚତୁର୍ଥ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଟ୍ୱିଟ କରି ସେ ଲେଖିଥିଲେ ମୌନି ରୟ କମେଡି ଫିଲ୍ମ ‘ମେଡ ଇନ ଚାଇନା’ରେ ରାଜ କୁମାର ରାଓଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ମିଖିଲ ମୁସେଲ କରିବେ । ଦିନେଶ ବିଜାନ ଫିଲ୍ମକୁ ପ୍ରଡ୍ୟୁସ କରିବେ । ଫିଲ୍ମର ସୁଟିଂ ୨୦୧୮ ମୁମ୍ବାଇରେ ଆରମ୍ଭ ହେବ । ଏହାପରେ ସୁଟିଂ କିଛି ଅଂଶ ଗୁଜରାଟ ଏବଂ ଚୀନରେ ମଧ୍ୟ ହେବ ।


ରିପୋର୍ଟ ଅନୁସାରେ ଫିଲ୍ମରେ ଫିଲ୍ମରେ ରାଜକୁମାର ରାଓ ଗୁଜୁରାଟି ବିଜନେସମ୍ୟାନ ରୋଲରେ ନଜର ଆସିବେ । ଅନ୍ୟ ପକ୍ଷରେ ମୌନିଙ୍କୁ ମୁମ୍ବାଇ ଝିଅ ଭୂମିକାରେ ଦେଖିବାକୁ ମିଳିବ । ସେ ରାଜକୁମାରଙ୍କୁ ବିବାହ ପରେ ଗୁଜୁରାଟକୁ ସିପ୍ଟ ହୋଇଯାଆନ୍ତି । ଫିଲ୍ମରେ ମୌନିଙ୍କୁ ସାଧାରଣ ହାଉସ ୱାଇଫ ରୋଲରେ ନଜର ଆସିବେ ଯେ ନିଜ ପତିଙ୍କୁ ସପୋର୍ଟ କରୁଥିବାର ଦେଖିବାକୁ ମିଳିବ ।

କହିରଖୁଛୁ ଯେ ମୌନି ଫିଲ୍ମ ‘ଗୋଲ୍ଡ’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ଏହା ପରେ ସେ ମଲ୍ଟିଷ୍ଟାରର ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ । ସେହିପରି ମୌନି ନିଜର ତୃତୀୟ ଫିଲ ‘ର’ରେ ଜନ ଆବ୍ରାହମଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More