Only for Entertainment

ବିଗବସ ୧୨ ପରେ ପ୍ରଥମ ଥର ଦୀପକଙ୍କୁ ସାକ୍ଷାତ କଲେ ସୋମି, ଶ୍ରୀସନ୍ଥ ।

aajtak
22

ବିଗବସ ୧୨ ପରେ ସୋମି ଏବଂ ଶ୍ରୀସନ୍ଥ ପ୍ରଥମ ଥର ଦୀପକ ଠାକୁରଙ୍କୁ ସାକ୍ଷାତ କରିଛନ୍ତି । ୧୨ ଫେବୃୟାରୀକୁ ତିନି ଜଣଙ୍କର ବିହାରର ମୁଜାଫରପୁର ଠାରେ ସାକ୍ଷାତ ହୋଇଛି । ଦୀପକ ତାଙ୍କ ଇଂଷ୍ଟା ଆକାଉଂଟରେ ଏହି ଭିଡ଼ିଓ ଶେୟାର କରିଛନ୍ତି ।

ଦୀପକ ଭିଡ଼ିଓରେ କହୁଛନ୍ତିଯେ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ଶ୍ରୀସନ୍ଥ ଏବଂ ସୋମି ମୋତେ ସାକ୍ଷାତ କରିବାକୁ ଆସିଛନ୍ତି । ଏହି ମଧ୍ୟରେ ଶ୍ରୀସନ୍ଥ କହୁଛନ୍ତି କୌଣସି ବ୍ୟସ୍ତ ସିଡ୍ୟୁଲ ନଥିଲା ଛୋଟ ଭାଇକୁ ଦେଖା କରିବାକୁ ଆସିଗଲୁ । ଏଠାକୁ ଆସି ଖୁବ ଭଲ ଲାଗିଲା ବୋଲି ମଧ୍ୟ ଶ୍ରୀ ଏବଂ ସୋମି କହିଛନ୍ତି ।

ସୋମି ଯେତେବେଳେ ଦୀପକଙ୍କୁ ସାନ ଭାଇ କହିଲେ ଦୀପକଙ୍କ ଉତ୍ତର ଥିଲା ଭିନ୍ନ, ସେ କହିଲେ ମୁଁ ଶ୍ରୀ ଭାଇଙ୍କର ସାନ ଭାଇ ତୁମର ସାଙ୍ଗ । ଦୀପକଙ୍କ ଗାଁରେ ତିନିଜଣ ଖୁବ ମସ୍ତୀ କଲେ । ଏହା ସହିତ ଦୁଇଜଣ ପୁଣିଥରେ ସେଠାକୁ ଆସିବେ ବୋଲି ମଧ୍ୟ ପ୍ରତିଜ୍ଞା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More