ବିବାଦୀୟ ସୋ ବିଗବସ ୪ମାସ ବିତିବା ପରେ ହିନାଙ୍କୁ ମିଳିଲା ଫିଲ୍ମର ଅଫର !
ବିଗବସ ଶେଷ ହେବାର ୪ମାସ ବିତି ଯାଇଛି । ଯେଉଁଠି ଗୋଟେ ପଟେ ଶିଳ୍ପା ସିନ୍ଦେ ସୁନୀଲ ଗ୍ରୋବରଙ୍କ ସହ ସୋ’ରେ ନଜର ଆସିବେ ମାତ୍ର ଅନ୍ୟ ପଟେ ଟିଭିରେ ୮ବର୍ଷ ସୋ’କଲା ପରେ ମଧ୍ୟ ଅଭିନେତ୍ରୀ ହିନା ଖାନଙ୍କ ହାତ ରହିଯାଇଥିଲା ଖାଲି । ଏହାମଧ୍ୟରେ ହିନାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ହିନା ସୋସିଆଲ ମିଡିଆରେ ନିଜ କାମ ବିଷୟରେ ନିଜେ କରିଛନ୍ତି ଖୁଲାସା ।
ହିନା ଟ୍ୱିଟ କରି ଜଣାଇଛନ୍ତି ତାଙ୍କ ପ୍ରଥମ ଫିଲ୍ମ ବିଷୟରେ । ଫିଲ୍ମର ନାଁ ରହିଛି ମେରି ସାର୍ଟ । ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି ଏହା ଦୁଇ ସପ୍ତାହ ପରେ ରିଲିଜ ହୋଇଯିବ । ମାତ୍ର ଏହି ଫିଲ୍ମରେ ହିନାଙ୍କ ଭୂମିକା କ’ଣ ରହିବ ଏହାର ସୂଚନା ଏଯାଏଁ ମିଳିନାହିଁ । ସେହିଭଳି ହିନା ଇନଷ୍ଟାଗ୍ରାମରେ ନିଜର ଭିନ୍ନ ଭିନ୍ନ ଅନ୍ଦାଜର ଫଟୋ ସେୟାର କରିଛନ୍ତି ।
Thank you.. the shoot is on for my short film.. will try and post a picture today from the set and bhasudi will release in next two weeks.. ? hv a good day https://t.co/EqUfNC6u0I
— HINA KHAN (@eyehinakhan) April 25, 2018
ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ ଏହା ପୂର୍ବରୁ ହିନା ଖାନ ଛୋଟ ପରଦାର ଏକ ସୋ’ ‘ୟେ ରିସ୍ତା କ୍ୟା କେହେଲାତା ହେ’ସିରିଅଲରେ ନିଜର ପ୍ରଥମ ପାଦ ପକାଇଥିଲେ । ଏଥିରେ ତାଙ୍କର ରହିଥିଲା ମୁଖ୍ୟ ଭୂମିକା । ଏହି ସିରିଅଲ ଜରିଆରେ ସେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଥିଲେ । ଏହାପରେ ସେ ‘ଖତରୋ କେ ଖିଲାଡି’ ଏବଂ ‘ବିଗବସ’ଭଳି ରିଆଲିଟି ସୋ’ରେ ନଜର ଆସିଥିଲେ ।