Only for Entertainment

ବିହାର, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ପରେ ଗୁଜୁରାଟରେ ଟ୍ୟାକ୍ସ ଫ୍ରି ହେଲା ‘ସୁପର ୩୦’, ଧନ୍ୟବାଦ ଜଣାଇଲେ ହ୍ରିତିକ

google
65

ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’କୁ ବକ୍ସ ଅଫିସରେ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳୁଛି । ଶିକ୍ଷାନୁଷ୍ଠାନ ‘ସୁପର ୩୦’ର ସଂସ୍ଥାପକ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମର ପ୍ରେରଣାଦାୟୀ କାହଣୀ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଖାସ ଏହି କାରଣ ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ଏହାକୁ ଟ୍ୟାକ୍ସ ଫ୍ରି କରୁଛନ୍ତି । ଯେପରି ଫିଲ୍ମର ସନ୍ଦେଶ ଅଧିକ ଲୋକଙ୍କ ପାଖରେ ପହଁଚିପାରିବ । ବିହାର, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ପରେ ଗୁଜୁରାଟ ସରକାର ମଧ୍ୟ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି ।

ଗୁଜୁରାଟ ସରକାରଙ୍କର ଏହି ନିଷ୍ପତ୍ତି ପରେ ଅଭିନେତା ହ୍ରିତିକ ରୋଶନ ଟ୍ୟାକ୍ସ ଫ୍ରି ପାଇଣ ଗୁଜୁରାଜ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟ ପକ୍ଷରେ ଆଂନନ୍ଦ କୁମାର ମଧ୍ୟ ବିହାର ମୁଖ୍ୟମନ୍ତ୍ରଈଙ୍କ ସହିତ ଟ୍ୟାକ୍ସ ଫ୍ରି କରିଥିବା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଏହି ପ୍ରେରଣାଦାୟକ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପରେ ଗରିବ ଛାତ୍ର ମଧ୍ୟ ଫିଲ୍ମକୁ ଦେଖିପାରିବେ ।

ଏହା ସହିତ ସେ କହିଥିଲେ, ଫିଲ୍ମ ସୁପର ୩୦ ମାଧ୍ୟମରେ ଦେଶ-ଦୁନିଆକୁ ଏକ ଭଲ ସନ୍ଦେଶ ଯାଇଛି । ଏହା ଦ୍ୱାରା ବିହାରର ଏକ ନୂଆ ଛବି ଲୋକେ ଦେଖିବେ । ପୂରା ଦୁନିଆ ପାଇଁ ଏହା ପ୍ରେରଣାଦାୟୀ ଫିଲ୍ମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More