Only for Entertainment

ବ୍ରେକଅପ ପରେ ହିମାଂଶ କୋହଲିଙ୍କ ପାଇଁ ନେହା ଗାଇଲେ ଏହି ଗୀତ !

91

ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କଡ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ନିଜ ଗୀତକୁ ନେଇ ତ କେତେବେଳେ ନିଜ ପ୍ରେମ ସମ୍ପର୍କ କୁ ନେଇ । ସୋସିଆଲ ମିଡିଆରେ ନେହା ଖୁବ ଆକ୍ଟିଭ । ତାଙ୍କ କଣ୍ଠ ସ୍ୱରରୁ ସେ ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି । ଖୁବ କମ ସମୟ ମଧ୍ୟରେ ନେହା ତାଙ୍କ ଗୀତରୁ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୦୬ରେ ଇଣ୍ଡିଆନ ଆଇଡଲ ସୋ’ଜରିଆରେ ନେହା ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଏବଂ ସେହି ସୋ’ରେ ୨୦୧୦ରେ ସେ ବିଚାରକ ଭାବେ ନଜର ଆସିଥିଲେ। ଜିଟିଭି ଚ୍ୟାନଲରେ ପ୍ରସାରିତ ହେଉଥିବା ସା ରେ ଗା ମା ପା ଲିଟିଲ୍‌ ଚ୍ୟାମ୍ପସ୍‌ରେ ମଧ୍ୟ ନେହା ବିଚାରକ ଥିଲେ।  ହିମାଂଶ କୋହଲିଙ୍କ ସହ ନେହା ରିଲେସନସିପରେ ଥିଲେ । ଇଣ୍ଡଷ୍ଟ୍ରିରେ ଉଭୟଙ୍କୁ କ୍ୟୁଟ୍‌ ଯୋଡି ବୋଲି କୁହାଯାଉଥିଲା।

୩ ମାସର ରିଲେସନସିପ୍‌ ପରେ ଏବେ ଉଭୟଙ୍କର ବ୍ରେକ୍‌ଅପ ହୋଇଥିବା ଖବର ନେହା ଘୋଷଣା କରିଛନ୍ତି। ଚଳିତ ବର୍ଷ ଭାଲେନଟାଇନ୍‌ ୱିକ ଆରମ୍ଭ ହେବା ପୂର୍ବରୁ ଦୁହିଁଙ୍କର ବ୍ରେକ୍‌ଅପ ହୋଇଥିଲା। ଏହି କାରଣ ପାଇଁ ନେହା ଦୁଃଖିତ ଥିବାର ସ୍ପଟ କରା ଯାଇଥିଲା । ବ୍ରେକଅପ୍‌ ପରେ ନେହା ତାଙ୍କ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ନୂଆ ଗୀତ ବଜାରକୁ ଛାଡିଛନ୍ତି। ଗୀତଟି ଶୁଣିଲେ ଏମିତି ଲାଗୁଛି ଯେମିତି ନେହା ଏହି ଗୀତ ଦ୍ୱାରା ହିମାଂଶଙ୍କୁ କଡା ଜବାବ ଦେଇଛନ୍ତି।

ନେହାଙ୍କ ନୂଆ ଗୀତ “ ଇସମେ ତେରା ଘାଟା ମେରା କୁଛ ନହିଁ ଯାତା” କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ୟୁଟ୍ୟୁବ୍‌ରେ ମଧ୍ୟ ଗୀତକୁ ଲଗାତାର ଅଧିକ ଲାଇକ ମିଳିବାରେ ଲାଗିଛି । ସୋସିଆଲ ମିଡିଆରେ ଗୀତଟି ଧମାଲ ମଚାଇବାକୁ ଲାଗିଛି । ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତ ପ୍ରକୃତରେ ଗଜେନ୍ଦ୍ର ବର୍ମା ଗାଇଥିଲେ। ଗଜେନ୍ଦ୍ରଙ୍କ ଲେଖା ଯାଇଥିବା ଗୀତ ସେ ନିଜେହିଁ ଗାଇଥିଲେ। ପ୍ରଥମରୁ ଏହି ଗୀତ ଯୁବ ପିଢୀଙ୍କ ମଧ୍ୟରେ ବହୁତ ଫେମସ୍‌ । ନେହାଙ୍କ ଗାଇବା ପରେ ଗୀତ ଆହୁରି ହିଟ୍‌ ହୋଇଯାଇଛି। ଏହି ଗୀତର ପ୍ରଡ୍ୟୁସ କରିଛନ୍ତି ଆଦିତ୍ୟ ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More