Only for Entertainment

ଦୀପିକା ପାଦୁକୋଣଙ୍କ ପରେ ଏବେ ଲଣ୍ଡନ ମ୍ୟାଡମ ତୁଷାଦ ମ୍ୟୁଜିଅମରେ ରଣବୀର ସିଂଙ୍କ ମହମ ମୂର୍ତ୍ତି !

30

ବଲିଉଡ ଅଭିନେତା ରଣବୀର ସିଂଙ୍କ ମହମ ମୂର୍ତ୍ତି ଖୁବଶୀଘ୍ର ଲଣ୍ଡନ ମ୍ୟାଡମ ତୁଷାଦରେ ଲଗାଯିବ । ମୁମ୍ବାଇରେ ବୁଧବାର ଦିନ ଏକ ଆୱାର୍ଡ ଫଙ୍କସନରେ ରଣବୀର ଏହି ବିଷୟରେ ଘୋଷଣା କରିଛନ୍ତି ।

ଦୀପିକା ପାଦୁକୋଣଙ୍କ ଷ୍ଟାଚୁ ପୂର୍ବରୁ ଏହି ମ୍ୟୁଜିଅମରେ ଥିଲା । ଏହି ବିଷୟରେ କହି ରଣବୀର କହିଛନ୍ତି ଯେ ତାଙ୍କୁ ତାଙ୍କ ଶାଶୂ କହୁଥିଲେ ଆପଣଙ୍କୁ ମଧ୍ୟ ପରିଶ୍ରମ କରିବାକୁ ପଡିବ । ଆମେ ଆପଣଙ୍କ ମୂର୍ତ୍ତି ମଧ୍ୟ ସେଠାରେ ଦେଖିବାକୁ ଚାହୁଁଛୁ ।

ଦୀପିକାଙ୍କ ମହମ ମୂୂର୍ତ୍ତି ବିଷୟରେ କହି ରଣବୀର କହିଛନ୍ତି ଯେ, ମୁଁ କହିବାକୁ ଯେ ମୋ ପତ୍ନୀଙ୍କ ମୂର୍ତ୍ତି ସେଠାରେ ସବୁଠାରୁ ସେକ୍ସି ଅଟେ । ସେ ଦୀପିକାଙ୍କୁ ପରଫେକ୍ସନିଷ୍ଟ ବୋଲି ମଧ୍ୟ କହିଛନ୍ତି । ଏହିକାରଣରୁ ଦୀପିକା ନିଜର ମୂର୍ତ୍ତି ବନାଇବା ବେଳେ ଟିକିନିଖି ତଦାରଖ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More