Only for Entertainment

ବ୍ରତ ସରିଲେ ଓଭରଲୋଡ କରି ନ ଖାଇ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ । ଆଦୌ ହେବ ନାହିଁ ପାଚନ ତନ୍ତ୍ର ସମସ୍ୟା ।

Hindustan Times
37

ବ୍ରତ ସରିବା ପରେ ଅଧିକାଂଶ ଓଭରଲୋଡ କରି ଖାଇ ଦିଅନ୍ତି ।ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ । ଏହା ଦ୍ୱାରା ଏସିଡିଟି ଏବଂ ପେଟ ଜନିତ ଅନ୍ୟ ସମସ୍ତ ସମସ୍ୟା ଦେଖା ଦେଇଥାଏ ।ଇମ୍ୟୁନ ସିଷ୍ଟମ ଖରାପ ହୋଇଯାଏ । ଏକା ସାଙ୍ଗରେ ଅଧିକ ଖାଦ୍ୟ ନ ଖାଇ ଅଳ୍ପ ଅଳ୍ପ କରି ଖାଇବା ଭଲ ।

କିଛି ମଧ୍ୟ ଖାଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ । ଏହା ଦ୍ୱାରା ପେଟ ଥଣ୍ଡା ରହିବ ଏବଂ ଆପଣ ଆଗକୁ ହେବାକୁ ଥିବା ପାଚନ ସମସ୍ୟାରୁ ମୁକ୍ତି ପାଇବେ ।

ବ୍ରତ ପରେ ଆପଣ ପଇଡ ପାଣି,ଲେମ୍ବୁ ପାଣି ବା ଫ୍ରୁଟ ଜୁସ ପିଇପାରିବେ । ଏହା ଦ୍ୱାରା ପାଚନ ତନ୍ତ୍ର କାର୍ଯ୍ୟ ଠିକ ରହେ ଏବଂ ଶକ୍ତି ମିଳେ ।

ବ୍ରତ ପରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ଦ୍ୱାରା ପନିର ବା ଅଙ୍କୁରିତ ଖାଦ୍ୟ ଖାଇପାରିବେ ।

ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଛଣା ଖାଦ୍ୟ ଏବଂ ମିଠା ଆଦି ଠାରୁ ଦୂରରେ ରୁହନ୍ତୁ ।

ମଲ୍ଟିଗ୍ରେନ ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇବେ । ଏହା ସହିତ ଧ୍ୟାନ ରଖନ୍ତୁଯେ କେବଳ ହାଲକା ଖାଦ୍ୟ ଖାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More