Only for Entertainment

ଚାରି ବର୍ଷ ପରେ ପୁଣିଥରେ ପରଦାକୁ ଫେରିବ ସିଦ୍ଧାର୍ଥ- ଶ୍ରଦ୍ଧାଙ୍କ ଯୋଡି

HDPicswale
0 70

ବଲିଉଡର ହ୍ୟାଣ୍ଡସମ ହଙ୍କ ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଯୋଡିକୁ ପୁଣିଥରେ ଆପଣ ଦେଖିପାରିବେ । ୪ ବର୍ଷ ପରେ ବଲିଉଡର ଏହି ହିଟ ଯୋଡି ପରଦାକୁ ଫେରୁଛନ୍ତି । ଏହାପୂର୍ବରୁ ଦୁହଁ ଫିଲ୍ମ ଏକ ଭିଲେନରେ ନଜର ଆସିଥିଲେ ।

ଖବର ଅନୁସାରେ ଫିଲ୍ମ ‘ସଟଗନ ସାଦି’ ଜରିଆରେ ପରଦାକୁ ଫେରିବେ ଏହି ଯୋଡି । ପ୍ରଶାନ୍ତ ସିଂ ଏହା ନିର୍ଦ୍ଦେଶକ ଥିବା ବେଳେ ପ୍ରଯୋଜକ ଅଛନ୍ତି ଶୈଳେଶ ଆର ସିଂ । ଏହି ଫିଲ୍ମରେ ସିଦ୍ଧାର୍ଥଙ୍କୁ ଏକ ବିହାରୀ ପୁୂଅ ଭୂମିକାରେ ଦେଖିବାକୁ ମିଳିବ । ଏବଂ ଭୋଜପୁରୀ ଭାଷା କହୁଥିବା ମଧ୍ୟ ଦେଖିବାକୁ ମିଳିବ ।

ss

ଏହା ପ୍ରଥମ ଥର ନୁହେଁ ଯେ ଶ୍ରଦ୍ଧା କୌଣସି ବିହାରୀ ପୁଅ ସହିତ ରୋମାନ୍ସ କରିବେ ଏବା ପୂର୍ବରୁ ସେ ‘ହାଫ ଗର୍ଲଫେଣ୍ଡ’ ଅର୍ଜୁନଙ୍କ ସହିତ ନିଜର ଆସିଥିଲେ । ଏହି ଫିଲ୍ମରେ ଅର୍ଜୁନ ମଧ୍ୟ ଏକ ବିହାରୀ ପୁଅ ଭୂମିକାରେ ନଜର ଆସିଥିଲେ ।

ସୂଚନା ଅନୁସାରେ କିଛି ଦିନ ପୂର୍ବେ ବିଗ ବସର ସିଜିନ-୧୧ କୁ ଫିଲ୍ମର ପ୍ରେମୋଶନ ପାଇଁ ଆସିଥିବା ବେଳେ ସିଦ୍ଧାର୍ଥ ଭୋଜପୁରୀ ଭାଷାରେ କିଛି ଶବ୍ଦ କହି ବିବାଦରେ ଫସିଯାଇଥିଲେ । ତେବେ ଦେଖାଯାଉ ଫିଲ୍ମକୁ ନେଇ ଦର୍ଶକମାନଙ୍କର କ’ଣ ପ୍ରତିକ୍ରିୟା ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More