Only for Entertainment

ଭାବୁକ ହେଲେ ସଲମାନ, ଟ୍ୱିଟ କରି ଜଣାଇଲେ ଧନ୍ୟବାଦ !

youtube
0 39

ସଲମାନ ନିଜର କଷ୍ଟମୟ ଜୀବନରୁ ପାରି ହୋଇଯାଇଛନ୍ତି । ତାଙ୍କ ଗାଡି ପଟରିରୁ ଫେରି ଆସିଛି । କଳା ହରିଣ ଶିକାର ମାମଲାରେ ଦୁଇ ଦିନ ଜେଲରେ ସମୟ ଅତିବାହିତ କରିବା ପରେ ଘରକୁ ଫେରି ଆସିଛନ୍ତି ସଲମାନ । ଜେଲରୁ ଆସିଲା ପରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କୁ କିଛି କହିଛନ୍ତି ସଲମାନ ।

ଯେତେବେଳେ ସଲମାନ ଯୋଦ୍ଧପୁର ଜେଲରୁ ମୁମ୍ବାଇ ଫେରିଥିଲେ ପ୍ରଶଂସକମାନେ ତାଙ୍କର ଜବରଦସ୍ତ ସ୍ୱାଗତ କରିଥିଲେ । ତାଙ୍କର ମୁମ୍ବାଇସ୍ଥିତ ଘର ବାହାରେ ଅନେକ ପ୍ରଶଂସକ ଭିଡ ଜମେଇ ରହିଥିଲେ । ଏବେ ସଲମାନ ନିଜ ଫ୍ୟାନ୍ସଙ୍କ ପାଇଁ ମୁହଁ ଖୋଲିଛନ୍ତି ଏବଂ ଭାବୁକ ହୋଇ ଟ୍ୱିଟ କରିଛନ୍ତି ।

ଟ୍ୱିଟ ଜରିଆରେ ଲୋକମାନଙ୍କୁ ତାଙ୍କ ଅସୁବିଧା ସମୟରେ ସାଥ ଦେବାକୁ ନେଇ ସେ ଧନ୍ୟବାଦ ଜଣାଇଛନ୍ତି । କେବଳ ଧନ୍ୟବାଦ ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ଆପଣ ମାନଙ୍କୁ ଭଗବାନ ଖୁସିରେ ରଖନ୍ତୁ । ଏହା କହି ସେ ଭାବୁକ ହୋଇ ପଡିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More