Only for Entertainment

ହାଉସଫୁଲ ଫୋର ପରେ ଅପକମିଂ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ପୁଣି ଏକାଠି ନଜର ଆସିବେ କ୍ରିତି ସାନନ ଓ ଅକ୍ଷୟ କୁମାର !

44

ହାଉସଫୁଲ ଫୋର ପରେ ପୁଣି ଏକାଠି ନଜର ଆସିବେ କ୍ରିତି ସାନନ ଓ ଅକ୍ଷୟ କୁମାର । ଅପକମିଂ ଫିଲ୍ମ ବଚ୍ଚନ ପାଣ୍ଡେରେ ଅକ୍ଷୟଙ୍କ ନାୟିକା ହେବେ କ୍ରିତି । ନିକଟରେ ଫିଲ୍ମର ପ୍ରଥମ ଅଫିସିଆଲ ପୋଷ୍ଟର ରିଲିଜ କରାଯିବା ସହ ଷ୍ଟାରକାଷ୍ଟଙ୍କ ନାଁ ଘୋଷଣା କରିଛି ପ୍ରଡକ୍ସନ ହାଊସ ‘ନାଡିଆଡୱାଲା ଗ୍ରାଣ୍ଡ ସନ୍’ । ଅନ୍ୟପଟେ କ୍ରିତି ମଧ୍ୟ ଟୁଇଟ କରି ବଚ୍ଚନ ପାଣ୍ଡେ’ରେ ନିଜ ଅଭିନୟ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଅକ୍ଷୟ ଓ ନାଡିଆୱାଲ ପ୍ରଡକ୍ସନ ହାଉସ ସହ ତାଙ୍କର ପୂନର୍ମିଳନ ନେଇ ବେଶ ଉତ୍ସାହିତ ଏବଂ ଖୁସି ଅଛନ୍ତି ।

ରିଲିଜ ହୋଇଥିବା ପୋଷ୍ଟରରେ କ୍ରିତି ଗ୍ଲାମରସର ଅବତାରରେ ନଜର ଆସିଛନ୍ତି । ଅନ୍ୟପଟେ ଭିନ୍ନ ଏକ ଅନ୍ଦାଜରେ ଦେଖାଯାଇଛନ୍ତି ଅକ୍ଷୟ କୁମାର । କଳା ରଙ୍ଗର ଲୁଙ୍ଗି ପିନ୍ଧିବା ସହ ବେକରେ ମାଳା ଓ ମଥାରେ ଟିକା ଲଗାଇ ଏକ ଭିନ୍ନ ଅବତାରେ ଦେଖାଯାଇଛନ୍ତି ଅକ୍ଷୟ କୁମାର । ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ‘ବଚ୍ଚନ ପାଣ୍ଡେ’ । ଚଳିତବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହେବ । ତେବେ ଏହି ଫିଲ୍ମର ଫରହାଦ ସାମଜୀ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More