Only for Entertainment

ରାଣା ଡଗ୍ଗୁବତୀଙ୍କ ଭାଇ ପରେ ଶ୍ରୀ ରେଡ୍ଡୀ ନେଲେ ଆଉ ଜଣେ ବ୍ୟକ୍ତିଙ୍କ ନାଁ, ଇଂଟିମେଟ ଫଟୋ ପରେ ବ୍ୟକ୍ତଗତ ଚାଟ ପକାଇଛି ଚହଳ ।

AMARUJALA
0 51

ଗତ କିଛିଦିନ ହେବ ମଲୟାଲି ଅଭିନେତ୍ରୀ ଶ୍ରୀ ରେଡ୍ଡି ଫିଲ୍ମ ଦୁନିଆରେ ଧାମକା ମଚାଇ ରଖିଛନ୍ତି । ପ୍ରଥମେ ସେ କାଷ୍ଟିଂ କାଉଚ ବିରୋଧ କରି ରାସ୍ତା କଡରେ ଟପଲେସ ହୋଇ ବସିଥିଲେ । ଏଥିପାଇଁ ପୁଲିସ ମଧ୍ୟ ପଦକ୍ଷେକ ନେଇଥିଲା । ଏବେ ସେ ପୁଣି ଥରେ ସେ ଜଣ ଜଣ କରି ସବୁ ଅଭିନେତାଙ୍କ ଖୁଲାସା କରିବାରେ ଲାଗିପଡିଛନ୍ତି ।

ଏଥିମଧ୍ୟରୁ ସର୍ବ ପ୍ରଥମେ ସୁପରଷ୍ଟାର ସୁରେଶ ବାବୁଙ୍କ ପୁଅ ରାଣା ଡଗ୍ଗୁବତୀଙ୍କ ଭାଇ ଅଭିରାମଙ୍କ ନାଁ ସାମ୍ନାକୁ ଆସିଛି । ଶ୍ରୀ ଅଭିରାମଙ୍କ ସହ କିଛି ଇଂଟିମେଟ ଫଟୋ ସୋସିଆଲ ମିଡିଆରେ ଲିକ କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଅଭିରାମ ତାଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଅଭିରାମ ତାଙ୍କ ସହ ଅନେକ ଥର ଷ୍ଟୁଡିଓରେ ହିଁ ଶାରୀରିକ ସମ୍ବନ୍ଧ ରଖିଥିଲେ ।

ଏବେ ଶ୍ରୀ ସୋସିଆଲ ମିଡିଆରେ କିଛି ଫେମସ ସେଲିବ୍ରିଟିଙ୍କ ସହ ହୋଇଥିବା ଅନ୍ତରଙ୍ଗ ଚାଟ ମଧ୍ୟ ସ୍କ୍ରିନ ସଟ ନେଇ ସେୟାର କରିଛନ୍ତି । ଏଥିରେ ଅଭିରାମଙ୍କ ବ୍ୟତୀତ ଇଣ୍ଡିଆନ ଆଇଡଲ ସିଙ୍ଗର ବିଜେତାଙ୍କ ଶ୍ରୀରାମଙ୍କ ନା ମଧ୍ୟ ସାମିଲ ଅଛି । ସ୍କ୍ରିନ ସଟ ସେୟାର କରି ଏ ହେଉଛନ୍ତି ଆମ ଇଣ୍ଡିଆନ ଆଇଡଲ ସିଙ୍ଗର, ଲାଜ ଲାଗିବା କଥା ଏବଂ ଶ୍ରୀରାମଙ୍କୁ ତାଙ୍କ ନାଁରୁ ଶ୍ରୀରାମ ହଟାଇଦେବା ଲାଗି ଅଭିନେତ୍ରୀ ଜଣକ ଲେଖି ପୋଷ୍ଟ ଲେଖିଛନ୍ତି । ଏବେ ଶ୍ରୀ ସ୍କ୍ରିନସଟ ସୋସିଆଲ ମିଡିଆରେ ଦୃତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ମାତ୍ର ଏଥିରୁ ଏଯାଏଁ କୌଣସି ସ୍ପଷ୍ଟ ହୋଇନାହିଁ ଯେ ତାଙ୍କ ସହ କେହି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଏଥିରେ ବିବା ହର୍ଷଙ୍କ ନାଁ ମଧ୍ୟ ସାମିଲ ରହିଛି । ଶ୍ରୀ ଗତ ଶନିବାର ଦିନରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଶ୍ରୀ ତେଲୁଗୁ ଫିଲ୍ମ ଚ୍ୟାମ୍ବର୍ସ ଆସୋସିଏସନ ଅଫିସ ବାହାରେ କାଷ୍ଟିଂ କାଉଚକୁ ନେଇ ପ୍ରଦର୍ଶନ କରିଥିଲେ । ଏହି କାରଣରୁ ସେ ଟପଲେସ ମଧ୍ୟ ହୋଇଥିଲେ । ସେ ଅନେକ ବଡ ବଡ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିଷୟରେ କହିଛନ୍ତି ଯେ ସେମାନେ ତାଙ୍କର ଶୋଷଣ କରିଛନ୍ତି ମାତ୍ର ଏହାପରେ ତାଙ୍କୁ କାମ ଦେଇ ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More