Only for Entertainment

ଜଗନ୍ନାଥ ପୁରୀ ମନ୍ଦିର ଦର୍ଶନ କଲାପରେ ଏହି ମନ୍ଦିରର କରନ୍ତୁ ଦର୍ଶନ, ନଚେତ ଅଧା ରହିଯିବ ଆପଣଙ୍କ ଯାତ୍ରା ।

patrika
0 57

ହିନ୍ଦୁ ଧର୍ମରେ ମନ୍ଦିରର ମହତ୍ୱ ଅନେକ । ଜଗନ୍ନାଥ ପୁରୀ ଠାରୁ ୧୫କିମି ଦୂରରେ ସାକ୍ଷୀ ଗୋପାଳ ମନ୍ଦିର ରହିଛି । ଏହି ମନ୍ଦିର ଓଡିଶା ପ୍ରାନ୍ତରେ ପ୍ରସିଦ୍ଧ ସହର ପୁରୀ ପାଖରେ ଅବସ୍ଥିତ । ସାକ୍ଷୀଗୋପାଳ ଖୁବ ପ୍ରସିଦ୍ଧ ମନ୍ଦିର ଅଟେ । ମନ୍ଦିରକୁ ନେଇ ଲୋକଙ୍କ ମନରେ ଧାରଣା ରହିଛି ଯେ ଶ୍ରଦ୍ଧାଳୁ ପୁରୀର ଜଗନ୍ନାଥ ସ୍ୱାମୀଙ୍କ ଦର୍ଶନ କରି ଆସିଲେ ତାଙ୍କର ଯାତ୍ରା ସଫଳ ହୋଇଥାଏ ମାତ୍ର ଜଗନ୍ନାଥଙ୍କ ଦର୍ଶନ ପରେ ଯଦି ଶ୍ରଦ୍ଧାଳୁ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବେ ତେବେ ଯାଇ ଆପଣଙ୍କ ଯାତ୍ରା ସଫଳ ହେବ । ଏହି ମନ୍ଦିର ଦର୍ଶନ କରିବା ପୂର୍ବରୁ ଏଠାରେ ଥିବା ଚନ୍ଦନ ପୋଖରୀରେ ଗାଧୋଇ ଦର୍ଶନ କଲେ ଭଲ ।

ରୋମାଂଜକ ତଥ୍ୟ ମନ୍ଦିର ସହ ଜଡିତ

ସାକ୍ଷୀଗୋପାଳ ମନ୍ଦିରର ସୁନ୍ଦରତା ଏହାର ପରିଚୟ । ମନ୍ଦିର କାରୁକାର୍ଯ୍ୟ ଖୁବ ସୁନ୍ଦର । ଯେଉଁଭଳି ଏହି ମନ୍ଦିର ଖୁବ ସୁନ୍ଦର ଏବଂ ଅଦ୍ଭୁତ ଅଟେ ସେହିଭଳି ମନ୍ଦିର ସହ ଖୁବ ରୋମାଂଚକର ତଥ୍ୟ ଯୋଡି ହୋଇ ରହିଛି । ପୌରାଣିକ କଥା ଅନୁସାରେ, ଜଣେ ଧନବାନ ବ୍ରାହ୍ମଣ ନିଜ ଆୟୂଶର ଶେଷ ସମୟରେ ଥିଲେ । ସେହି ସମୟରେ ସେ ତୀର୍ଥ ଯାତ୍ରା କରିବା ଲାଗି ଭାବିଥିଲେ ଏବଂ ସେ ବୃନ୍ଦାବନ ଯିବା ଲାଗି ବାହାରିଲେ । ସେହି ସମୟରେ ତାଙ୍କ ସହ ଏକ ଗରିବ ବ୍ରାହ୍ମଣ ପିଲା ମଧ୍ୟ ଯାଇଥିଲେ । ଏହା ସେ ସମୟର କଥା ଯେଉଁ ସମୟରେ ତୀର୍ଥ କରିବା ଲାଗି ଖାଲି ପାଦରେ ଯିବାକୁ ପଡୁଥିଲା ଏବଂ ନିଜର ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ ନିଜକୁ କରିବାକୁ ପଡୁଥିଲା । ଯେତେବେଳେ ଦୁହେଁ ଯାତ୍ରା କରିବା ଅର୍ଥେ ବାହାରକୁ ବାହାରିଥିଲେ ଗରିବ ପିଲା ଜଣକ ବୁଢା ବ୍ରାହ୍ମଣଙ୍କର ଭଲଭାବେ ଯତ୍ନ ନେଉଥିଲା । ଏହି ପିଲାଟିର ସେବାରେ ବୃଦ୍ଧ ବ୍ରାହ୍ମଣ ଜଣକ ଖୁସି ହୋଇ ବୃନ୍ଦାବନରେ ଥିବା ଗୋପାଳ ମନ୍ଦିରରେ ସେହି ଗରିବ ପିଲା ସହ ତାଙ୍କ ଝିଅଙ୍କ ସହ ବିବାହ କରିବା ପାଇଁ ପକ୍କା କରିଦେଇଥିଲେ ଏବଂ କହିଥିଲେ ଯେ ସେ ଘରକୁ ଫେରି ଦୁହିଁଙ୍କ ବିବାହ କରାଇବେ, ଏଭଳି ବଚନ ମଧ୍ୟ ଦେଇଥିଲେ ।

ଯେତେବେଳେ ସେ ପୁରୀରୁ ଯାତ୍ରା କରି ଘରକୁ ଫେରିଥିଲେ ସେହି ସମୟରେ ଗରିବ ପିଲା ଜଣକ ବ୍ରାହ୍ମଣଙ୍କୁ ବିବାହଳ ପାଇଁ ଦେଇଥିବା ବଚନ କଥା ସ୍ମରଣ କରାଇଲେ । ବ୍ରାହ୍ମଣଙ୍କ ଦ୍ୱାରା ଏହି ସମ୍ପର୍କର୍ର ଘରେ କଥା ହେବାରୁ ପରିବାର ବର୍ଗ ଏହି ବିବାହ ପାଇଁ ସ୍ୱୀକୃତି ଦେଲେ ନାହିଁ ଫଳରେ ପିଲାଟିର ଖୁବ ଅସମ୍ମାନ ମଧ୍ୟ ହେଲା । ଏହି ଅସମ୍ମାନ ସହି ନ ପାରି ପିଲା ଜଣକ ପଂଚାୟତଙ୍କ ପାଖକୁ ନିଜର ଗୁହାରୀ ଘେନି ଗଲା । ପଂଚାୟତ ତାଙ୍କୁ ଏହି କଥାର ପ୍ରମାଣ ମାଗିଥିଲେ । ମାତ୍ର ଗରିବ ପିଲା ଜଣକ ଏହା ଶୁଣି କହିଥିଲା ଯେ ସେ ବଚନ ଦେବା ସମୟରେ ତାଙ୍କ ପାଖରେ ଗୋପାଳ ଥିଲେ । ଏହାଶୁଣି ପଂଚାୟତରେ ସମସ୍ତେ ହସିବାକୁ ଲାଗିଥିଲେ । ନିଜ ସତକୁ ସାବ୍ୟସ୍ତ କରିବା ଲାଗି ସମ୍ପୃକ୍ତ ପିଲା ଜଣକ ବୃନ୍ଦାବନରେ ପହଂଚି ଭଗବାନ ଗୋପାଳଙ୍କୁ ହାତ ଯୋଡି ନିଜର ବିନତି ଜଣାଇଥିଲେ ଏବଂ ଗୋପାଳଙ୍କୁ ତାଙ୍କ ସହ ଯିବା ପାଇଁ ଅନୁରୋଧ କରିଥିଲେ ।

ଏହି ଗରିବ ପିଲାର ବିନତି ଶୁଣି ଏବଂ ତାଙ୍କର ବିଶ୍ୱାସକୁ ଦେଖି ଗୋପାଳ ପ୍ରସନ୍ନ ହୋଇଯାଇଥିଲେ ଓ ଯିବା ପାଇଁ ରାଜି ହୋଇଯାଇଥିଲେ । ଗୋପାଳ ଜି ପିଲାକୁ କହିଥିଲେ ତମେ ମୋର ଆଗେ ଆଗେ ଯିବ ଏବଂ ମୁଁ ତୁମ ପଛରେ ପଛରେ ଯିବି ଏବଂ ମୋ ଘୁଙ୍ଗୁର ଶବ୍ଦ ତୁମ କାନରେ ବାଜୁଥିବ । ତୁମେ ପଛକୁ ବୁଲି ଦେଖିବ ନାହିଁ ନହେଲେ ମୁଁ ସ୍ଥିର ହୋଇଯିବି । ପିଲାଟି ଏହି କଥାରେ ରାଜି ହୋଇ ଚାଲିବା ଆରମ୍ଭ କଲା । ଚାଲୁ ଚାଲୁ ସେ ଅଟ୍ଟକର ପାଖ ଗ୍ରାମରେ ପହଂଚିଥିଲେ ଯେତେବେଳେ ରେତଲା ରାସ୍ତାରେ ପହଂଚିଲେ ରେତଲେ ରାସ୍ତା କାରଣରୁ ଘୁଙ୍ଗୁର ଶବ୍ଦ ଶୁଭିବା ବନ୍ଦ ହୋଇଯାଇଥିଲା ।

ଘୁଙ୍ଗୁର ଶବ୍ଦ ନ ଶୁଭିବାରୁ ପିଲାଟି ବୁଲି ପଡି ଚାହିଁଦେଲା ତ ଭଗବାନ ସେହିଠାରେ ଅଟକି ଗଲା । ଏହାଦେଖି ବାଳକ ଜଣକ ଚିନ୍ତାରେ ପଡିଗଲେ ମାତ୍ର ଗୋପାଳଜୀ ତାଙ୍କୁ କହିଲେ ବ୍ୟସ୍ତ ହୁଅନି ଗାଁ ଲୋକଙ୍କୁ ଏଠାକୁ ଡାକି ଆଣ । ସେହି ଗରିବ ପିଲା ଜଣକ ଗଲା ଏବଂ ଗାଁ ଲୋକଙ୍କୁ ଡାକି ଆଣିଲା, ଯେଉଁଠାରେ ଗୋପାଳ ଛିଡା ହୋଇଥିଲେ । ପଂଚାୟତ ଆସିବାରୁ ଗୋପାଳ ଜୀ ତାଙ୍କୁ ସମସ୍ତ କହିଲେ ଯାହା ସେହି ବ୍ରାହ୍ମଣ ଜଣକ ତାଙ୍କୁ ବଚନ ଦେଇଥିଲେ । ଭଗବାନ ଗୋପାଳ ଜୀଙ୍କ କାରଣରୁ ସେହି ଗରିବ ପିଲା ଜଣକ ବିବାହ ସମ୍ପନ୍ନ ହୋଇଥିଲା ଏବଂ ଭଗବାନ ଗୋପାଳଜୀ ସେହି ସ୍ଥାନରେ ରହିଗଲେ ।
ସେବେଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ମୃତିରେ ଏଠାରେ ସାକ୍ଷୀଗୋପାଳ ମନ୍ଦିର ସ୍ଥାପିତ ହୋଇଛି । ଏହା ଏହି କଥାର ପ୍ରମାଣ ଅଟେ ଯେଉଁ ବ୍ୟକ୍ତି ଭଗବାନଙ୍କୁ ଭରସା କରନ୍ତି ସେମାନଙ୍କ ଭଗବାନ ସବୁବେଳେ ସାହାଯ୍ୟ କରନ୍ତି । ଏହି କାରଣରୁ ଜଗନ୍ନାଥ ପୁରୀ ମନ୍ଦିର ଦର୍ଶନ କଲାପରେ ସାକ୍ଷୀଗୋପାଳ ଦର୍ଶନ କରିବା ଜରୁରୀ ବୋଲି ମାନ୍ୟତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More