Only for Entertainment

୩ ହଜାର ଟଙ୍କାର ଚାଲାଣ କାଟିବାରୁ ଥାନାର ବିଜୁଳି କାଟିଦେଲେ ଇଂଜିନିୟର

the lallantop
73

ମେରଟରେ ଟ୍ରାଫିକ କଂଷ୍ଟେବଲ ଜଣେ ବ୍ୟକ୍ତିଙ୍କୁ ବିନା ହେଲମେଟରେ ସ୍କୁଟି ଚଳାଇବାରୁ ଚାଲାଣ କାଟିଦେଲେ । ଏହା ସହିତ ନା ତାଙ୍କ ନିକଟରେ ଇନ୍ସ୍ୟୁରାନ୍ସ ସାର୍ଟିଫିକେଟ ଥିଲା ନା ପଲ୍ୟୁସନ ସାର୍ଟିଫିକେଟ । ଯେଉଁ କାରଣରୁ ପୋଲିସ ସେହି ବ୍ୟକ୍ତିଙ୍କୁ ୩ ହଜାର ଟଙ୍କାର ଚାଲାଣ କାଟିଦେଲେ ।

ନ୍ୟୁଜ ୧୮ ଖବର ଅନୁସାରେ ଟ୍ରାଫିକ କଂଷ୍ଟେବଲ ରାଜେଶ କୁମାର ଡ୍ୟୁଟିରେ ଥିଲେ । ତେଜଗଢୀ ଚୌରାହୀରୁ ଯାଉଥିବା ଜେ.ଇ ସୋମ ପ୍ରକାଶ ଗର୍ଗ ଟ୍ରାଫିକ ନିୟମ ଉଲଙ୍ଘନ କରି ଯାଉଥିଲେ । ଯେଉଁ କାରଣରୁ ଜେଇ ଥାନାର ବିଜୁଳି କାଟିଦେଲେ । ସୋମପ୍ରକାଶ ନିଜକୁ ସରକାରୀ କର୍ମଚାରୀ କହିଲେ ଓ ଏହା ସହିତ ନିଜ ପରିଚୟ କହିଲେ ବୋଧ ହୁଏ ଛାଡ଼ିଦେବେ ବୋଲି ଭାବିଲେ । କିନ୍ତୁ ନିୟମ ସମସ୍ତଙ୍କ ପାଇଁ ସମାନ । ତେବେ ଏହାପରେ ଖୁବ ଯୁକ୍ତି ହେଲା । ପରବର୍ତ୍ତୀ ମୁହୂର୍ତ୍ତରେ ଲାଇନମ୍ୟାନକୁ ଡାକି ଥାନା ଏବଂ ମେଡିକଲ ଥାନାର ଲାଇନ କାଟିଦେଲେ ଜେ.ଇ ।ଏହାପରେ ଲାଇନମ୍ୟାନକୁ ଡାକି ପୋଲିସ ଅଧିକାରୀ ପଚାରିବାରୁ ଜଣାଗଲାଯେ ଏ କାମ ଜେଇଙ୍କର । ସବୁଠାରୁ ଖାସ କଥା ହେଉଛି ଥାନା ଉପରେ ୨୭ ହଜାର ଟଙ୍କା ବଳାକା ରାଶି ରହିଛି । ତେବେ ଏହା ଖୁବଶୀଘ୍ର ଭରିବା ପାଇଁ ଅଧିକାରୀ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More