Only for Entertainment

‘ଲୁକାଛିପି’ ଏବଂ ‘କିରିକ ପାର୍ଟି’ ପରେ କାର୍ତ୍ତିକ ଆର୍ଯ୍ୟନଙ୍କ ହାତକୁ ଆସିଲା ଆଉ ଏକ ବଡ ପ୍ରୋଜେକ୍ଟ , ଇମତିଆଜଙ୍କ ଫିଲ୍ମରେ ଆସିବେ ନଜର ।

LatestLY
41

ଚଳିତ ବର୍ଷ ସୋନୁ କି ଟିଟୁ କି ସ୍ୱିଟି ଜରିଆରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଖୁବ ଧମାଲ କରିଥିଲେ । ଏବେ ଏପରି ଲାଗୁଛି ଯେ ଏହି ଫିଲ୍ମ ପରେ କାର୍ତ୍ତିକ ଆର୍ଯ୍ୟନ ପଛକୁ ନଫେରିବା ପାଇଁ ପ୍ରତିଜ୍ଞା କରିଛନ୍ତି । ତେବେ ଆମେ ଏପରି କହିବାର କାରଣ ମଧ୍ୟ କହିଛି । ଏହି ଫିଲ୍ମ ପରେ କା ର୍ତ୍ତିକଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ମିଳିବାରେ ଲାଗିଛି । କେବଳ ଏତିକି ନୁହେଁ କାର୍ତ୍ତିକଙ୍କୁ ନେବା ପାଇଁ ବଡ ବଡ ଫିଲ୍ମ ନିର୍ମାତା ଅପେକ୍ଷା କରି ରହିଛନ୍ତି ।

ଶୁଣିବାକୁ ମିଳୁଛି ଯେ, ଫିଲ୍ମକାର ଇମତିଆଡ ଅଲୀ ନିଜର ଆଗାମୀ ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେବା ପାଇଁ ଚାହୁଁଛନ୍ତି । କହିରଖୁଛୁ ଯେ ଇମତିଆଜ ଅଲୀଙ୍କ ଆଗାମୀ ଫିଲ୍ମ ରୋମାଣ୍ଟିକ ଜନର ହେବ । ଏବଂ ଏହି ଫିଲ୍ମକୁ ସେ ନିଜେ ନିର୍ଦ୍ଦେଶନା ଦେବେ । କିଛି ଦିନ ପୂର୍ବେ ଇମତିଆଜ ଏକ ଇଣ୍ଟରଭ୍ୟୁରେ କହିଥିଲେ ସେ ଏବେ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି ।

କହିରଖୁଛୁ ଯେ, କାର୍ତ୍ତିକ ଏବେ ନିଜର ଆଗାମୀ ଫିଲ୍ମ ‘ଲୁକାଛୁପି’ର ସୁଟିଂ ଶେଷ କରିଛନ୍ତି ଏହି ଫିଲ୍ମରେ ସେ କୃତି ସାନନଙ୍କ ସହିତ ନଜର ଆସିବେ ଏବଂ ଏହାପରେ ‘କିରିକ ପାର୍ଟି’ର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମରେ କାର୍ତ୍ତିକଙ୍କ ବିପକ୍ଷରେ ଜ୍ୟାକଲିନ ଫର୍ଣ୍ଣାଡିଜ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More