Only for Entertainment

ମଧ୍ୟ ପ୍ରଦେଶ ପରେ ଏବେ ଏହି ମେଟ୍ରୋ ସିଟିରେ ଆରମ୍ଭ ହେବ ‘ଦବଙ୍ଗ ୩’ର ଆଗାମୀ ସିଡ୍ୟୁଲ

you tube
26

ବଲିଉଡ ସୁପରଷ୍ଟାର ସଲମାନ ଖାନ କିଛି ଦିନରୁ ଫିଲ୍ମ ‘ଦବଙ୍ଗ ୩’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏହି ଫିଲ୍ମର ପ୍ରଥମ ସୁଟିଂ ସିଡ୍ୟୁଲ ଶେଷ ହୋଇଛି । ‘ଦବଙ୍ଗ ୩’ର ପ୍ରଥମ ସୁଟିଂ ସୁଡ୍ୟୁଲ ମଧ୍ୟ ପ୍ରଦେଶର ମହେଶ୍ୱରରେ ଚାଲିଥିଲା । ସୁଟିଂ ସେଟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥିଲା । ଲିକ ହୋଇଥିବା ଏହି ଫଟୋ ଏବଂ ଭିଡିଓରେ ସଲମାନ ଖାନ ଚୁଲବୁଲ ପାଣ୍ଡେ ଭୂମିକାରେ ନଜର ଆସିଥିଲେ ।

ମଧ୍ୟ ପ୍ରଦେଶର ମହେଶ୍ୱର ପରେ ‘ଦବଙ୍ଗ ୩’ର ଆଗମୀ ସିଡ୍ୟୁଲ ମାୟାନଗରୀ ମୁମ୍ବାଇରେ ଆରମ୍ଭ ହେବ । ମିଳିଥିବା ସୂଚନା ଅନୁସାରେ ଫିଲ୍ମର ଦ୍ୱିତୀୟ ସିଡ୍ୟୁଲ ସୁଟିଂ ୧୯ ଏପ୍ରିଲରୁ ଆରମ୍ଭ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଭୂଦେବା କରୁଛନ୍ତି । ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି ସଲମାନ ଖାନ ଏବଂ ଅରବାଜ ଖାନ ।

ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନଜର ଆସିବେ । ଏହି ଫିଲ୍ମରେ ଚୁଲବୁଲ ପାଣ୍ଡେଙ୍କ ଛୋଟ ବେଳର ସମୟ ଦେଖିବାକୁ ମିଳିବ । ଫିଲ୍ମ ବର୍ଷର ଶେଷ ଆଡକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More