Only for Entertainment

କଣ କପିଲ ଏବଂ ସୁନୀଲ ମଧ୍ୟରେ ସୁଧୁରୁଛି ସମ୍ପର୍କ?

India Today
0 27

କମେଡି କିଙ୍ଗ କପିଲ ଶର୍ମା-ସୁନୀଲ ଗ୍ରୋବରଙ୍କ ମଧ୍ୟରେ ଥିବା ମନ୍ତାନ୍ତର କାହାପାଖେ ଆଉ ଲୁଚି ରହିନାହିଁ । ଦୁହିଁଙ୍କ ଲଢେଇ ଲମ୍ବା ସମୟ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା । ସୋସିଆଲ ମିଡିଆ ସାକ୍ଷାତକାରରେ ତାଙ୍କ ମଧ୍ୟରେ ଥିବା ବାଦବିବାଦର ଅନେକ ଝଲକ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଲାଗୁଛି ଯେ ଦୁହିଁଙ୍କ ସମ୍ପର୍କ ସୁଧୁରିବାକୁ ଲାଗିଛି । ନିକଟରେ ଦୁହେଁ ଟ୍ୱିଟରରେ କଥା ହେବା ଦେଖିବାକୁ ମିଳିଛି ।

ଏହି ଝଗଡାର ସମାଧାନ କରିବା ଲାଗି ସର୍ବପ୍ରଥମେ କପିଲ ଆଗକୁ ବଢିଛନ୍ତି । ସେ ସୁନୀଲଙ୍କୁ ତାଙ୍କର ଫିଲ୍ମ ପଟାଖା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ସୁନୀଲ କପିଲଙ୍କୁ ରିଟ୍ୱିଟ କରି ତାଙ୍କର ଆଗାମୀ ଫିଲ୍ମ ‘ସନ ଅଫ ମଂଜିତ’ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସନ ଅଫ ମଂଜିତ ଏକ ପଂଜାବୀ ଫିଲ୍ମ ଯାହାକୁ ନିଜେ କପିଲ ପ୍ରଡ୍ୟୁସ କରୁଛନ୍ତି । ଏହି ଫିଲ୍ମ ୧୨ଅକ୍ଟୋବର ୨୦୧୮ରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More