Only for Entertainment

ବିବାହ ସମ୍ପର୍କକୁ ସୁଦୃଢ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସରଳ ଉପାୟ , ସମ୍ପର୍କରେ ଆସିବ ମଧୁରତା!

VideoBlocks
46

ବିିବାହ ହେଉଛି ଦୁଇଟି ହୃଦୟର ମିଳନ । ଦୁଇଟି ଅଜଣା ଲୋକ ଅଗ୍ନିକୁ ସାକ୍ଷୀ ରଖି ବେଦି ଉପରେ ବସି ବାହା ହୋଇଥାନ୍ତି । ବିବାହ ପରେ ଉଭୟଙ୍କ ଜୀବନରେ ପରିବର୍ତନ ଆସିଥାଏ । ବିବାହର ମୂଳମନ୍ତ୍ର ହେଲା ଦୁଇଜଣ ଦୁଇଜଣଙ୍କୁ ଠିକରେ ବୁଝି ଏହି ସଂପର୍କକୁ ଆଗେଇ ନେବା, ଏହାଦ୍ୱାରା ସଂପର୍କ ସୁଦୃଢ ଏବଂ ମଜବୁତ୍ ହୋଇଥାଏ ।

ବେଳବେଳେ ଏହି ସଂପର୍କରେ କିଛି ଲୋକଙ୍କର ନଜର ପଡି ଉଭୟ ସ୍ୱାମୀ ଓ ସ୍ତ୍ରୀ ବହୁ ଅସୁବିଧାର ସାମ୍ନା ମଧ୍ୟ କରିଥାନ୍ତି । ଏହି ବୈବାହିକ ସଂପର୍କକୁ ସୁଦୃଢ କରିବା ପାଇଁ କିଛି ଟିପ୍ସ ଉପରେ ନଜର ପକାଇବା :

୧- ଫୁଲ ଓ ଉପହାର ଆପଣ ବିଭିନ୍ନ ମୈାକାରେ ଦେଇ ଥାଆନ୍ତି । କିନ୍ତୁ କେବେ କେବେ ଅଚାନକ କିଛି ନ’ଥାଇ ଯଦି ଆପଣ ପତ୍ନୀଙ୍କୁ କିଛି ଉପହାର ଦିଅନ୍ତି ତେବେ ସେ ଅଧିକ ଖୁସି ହେବେ । ସେ ଆପଣଙ୍କ ଭାବନାକୁ ବୁଝିବା ପାଇଁ ଆପଣଙ୍କ ଅକୁହା କଥାକୁ ଭଲ ଭାବରେ ବୁଝିପାରିବେ ।

୨- ଆପଣ ଅଫିସରୁ ଆସି ବହୁତ ସାଧାରଣ ଭାବେ ପଚାରନ୍ତୁ କି ତୁମର ଦିନ କେମିତି ଗଲା । ସେ ଯାହା ବି କହୁଛନ୍ତି ତାଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ । ମନେରଖନ୍ତୁ ସ୍ତ୍ରୀଲୋକମାନେ ତାଙ୍କ ବ୍ୟକ୍ତିଗତ କଥା କହିବାବେଳେ ବହୁତ ଉତ୍ସାହିତ ଥାଆନ୍ତି । ତାଙ୍କର ଯୋଗ୍ୟତା ଓ ବ୍ୟବହାରକୁ ନେଇ ଆପଣ ତାଙ୍କ ପ୍ରଂଶସା କରନ୍ତୁ । କଥାବାର୍ତା ସମୟରେ ତାଙ୍କ ଭାବନାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।

୩- ସମୟ ପାଇଲେ ଆପଣ, ଆପଣଙ୍କ ସ୍ତ୍ରୀ ପାଇଁ କିଛି ରୋଷେଇ କରି ଖୁଆନ୍ତୁ । ସବୁଦିନେ ରୋଷେଇ କରି କରି ସେ ଏତେ ବିରକ୍ତ ହୋଇ ଯାଇ ଥାଆନ୍ତି ଯେ ଆପଣ ସପ୍ତାହରେ ଥରେ ରୋଷେଇ କରି ଖାଇବା ପାଇଁ ଅଫର କଲେ ସ୍ତ୍ରୀଙ୍କର ଖୁସିର ଅନ୍ଦାଜ ଲଗାଇ ପାରିବେ ନାହିଁ ।

୪- ଛୋଟ ଛୋଟ କଥାରେ ସେଲିବ୍ରେଟ କରିବା ସ୍ତ୍ରୀ ଲୋକ ମାନଙ୍କୁ ଭଲଲାଗେ । କିନ୍ତୁ ଆପଣ ଯଦି ବିବାହ ବାର୍ଷିକୀ ମନେ ରଖି ତାଙ୍କୁ ସରପ୍ରାଇଜ ପାର୍ଟି ଦିଅନ୍ତି ସେ ଅଧିକ ଖୁସି ହେବେ ।

୫- ସେ ଯାହା ଆଶା କରନ୍ତି ତାଠାରୁ ଅଧିକ ତାରିଫ କରନ୍ତୁ କାରଣ, ସ୍ତ୍ରୀ ଲୋକଙ୍କୁ ପ୍ରଶଂସା ବହୁତ ଭଲଲାଗେ ।

୬- ଯେଉଁ ଘରେ ଆପଣଙ୍କ ସ୍ତ୍ରୀ ଏତେ କାମ କରୁଛନ୍ତି, ଆପଣଙ୍କ କର୍ତବ୍ୟ ହେଲା ଆପଣ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରନ୍ତୁ ।

୭- ତାଙ୍କ ପରିବାର ଓ ସଂପର୍କୀୟଙ୍କ ସହ ମିଶିବା ପାଇଁ ଚେଷ୍ଟା କରନ୍ତୁ । ଏପରି କଲେ ସେମାନେ ଅଧିକ ଖୁସିହେବେ ଓ ଆପଣଙ୍କ ପ୍ରତି ତାଙ୍କ ଭଲପାଇବା ମଧ୍ୟ ବଢିଯିବ ।

୮- ପାଖରେ ଥିଲେ ମଧ୍ୟ କେବେ କେବେ ତାଙ୍କୁ ଖୁସି କରିବା ପାଇଁ ଆପଣ ପ୍ରେମପତ୍ର ଇମେଲ କରିପାରିବେ । ଏହାସହ ଫୋନରେ ମଧ୍ୟ ଛୋଟ ଛୋଟ କଥାରେ ଖୁସି ଜାହିର କରନ୍ତୁ । ଏପରି କଲେ ଆପଣଙ୍କ ସଂପର୍କ ମଜବୁତ୍ ହେବ।

୯- କେବେ କେବ ଅଚାନକ ଘରେ ପହଞ୍ଚି ତାଙ୍କୁ ଲଞ୍ଚ ପାଇଁ ନେଇଯାଆନ୍ତୁ ।

୧୦- ଯଦି ସେ ବହୁତ ଦିନରୁ ବାହାରକୁ ବୁଲିଯିବା ପାଇଁ ଚାହୁଁଛନ୍ତି ଅଚାନକ ପ୍ଲାନ ବନାଇ ଆପଣଙ୍କ ସ୍ତ୍ରୀଙ୍କୁ ସରପ୍ରାଇଜ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More