Only for Entertainment

‘ଭାରତ’ ପରେ ଏବେ ଦେଶୀଗର୍ଲ ‘କ୍ୱାଂଟିକୋ’କୁ କହିଲେ ଅଲବିଦା !

The Indian Express
0 49

ବଲିଉଡ ପ୍ରୋଜେକ୍ଟ ଏବଂ ଆମେରିକାନ ସିଙ୍ଗର ଅଭିନେତା ତଥା ସିଙ୍ଗର ନିକ ଜୋନସଙ୍କ ସହ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ପ୍ରିୟଙ୍କା ଚୋପ୍ରା ଆମେରିକାନ ଟିଭି ସିରିଜ ‘କ୍ୱାଂଟିକୋ’ରୁ ନେଇଛନ୍ତି ବିଦାୟ । ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତି ଯେ ଏହି ସିଜନ ଶେଷ ହେଲା ପରେ ସେ ଆଲେକ୍ସ ପୋରିସଙ୍କ ଠାରୁ ବିଦାୟ ନେବାକୁ ଚାହୁଁଛନ୍ତି । ଏହି କାହାଣୀ ପୂରା ହୋଇଯାଇଛି.. ଏବଂ ଜଣେ କଳାକାର ଭାବେ ଏହି ଅନୁଭବ ସବୁଠାରୁ ଉତ୍ତମ ଥିଲା ।

ଆଗକୁ ପ୍ରିୟଙ୍କା କହିଛନ୍ତି ଯେ ଆଲେକ୍ସଙ୍କୁ ନିଜ ଜୀବନ ବନାଇବା ପାଇଁ ଶାରୀରିକ ଏବଂ ମାନସିକ ଚ୍ୟାଲେଂଜ ଥିଲା ଏବଂ ଏବେ ଆଶା କରାଯାଉଛି ଯେ ମହିଳା ମାନଙ୍କ ପାଇଁ ଟ୍ୟାଲେଂଟ ପାଇଁ ଏବଂ ମୁଖ୍ୟ ଭୂମିକା ତୁଲାଇବା ଲାଗି ଅନେକ ସୁଯୋଗ ରହିଛି । ତାଙ୍କ ପାଇଁ ସମସ୍ତ ସପ୍ତାହରେ ହୃଦୟ ଏବଂ ଘର ଖୋଲା ରଖିଥିବା କହି ଧନ୍ୟବାଦ ଜଣାଇଛନ୍ତି ପିସି ।
ଏହା ସହ ପ୍ରିୟଙ୍କା କ୍ୱାଂଟିକୋର ସମସ୍ତ ଟିମ ମେମ୍ବର ଧନ୍ୟବାଦ ଜଣାଇ ଫଟୋ ଶେୟାର କରିଛନ୍ତି ।

ଏହି ସିରିଜ ଜରିଆରେ ଜୀବନରେ ଅନେକ କଥା ଶିଖିଥିବା ଏବଂ ଅନୁଭବ କରିଥିବା କଥା ପିଗିଚପ୍ସ କହିଛନ୍ତି ଏବଂ ସମସ୍ତଙ୍କ ସହ କାମ କରିବା ଖୁବ ଆନନ୍ଦଦାୟକ ଥିବା କହିଛନ୍ତି । ସେ ଏହି ଟିଭି ସିରିଜ କାରଣରୁ ହଲିଉଡ ଜଗତର ସବୁଠାରୁ ପପୁଲାର ବ୍ରାଉନ ଫେସ ହୋଇପାରିଛନ୍ତି । ତାଙ୍କ ପାଇଁ କ୍ୟାରିଅର ଏବଂ ପର୍ସନାଲ ଲାଇଫର ପୃଷ୍ଠା ଖୋଲି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More