Only for Entertainment

ବିବାଦିତ ଅଭିନେତ୍ରୀ ଶ୍ରୀ ରେଡ୍ଡି ସଚ୍ଚିନଙ୍କ ଉପରେ ଲଗାଇଲେ ଆରୋପ, ହେଲେ ଟ୍ରୋଲ !

timesnownews
0 45

ପୁର୍ବରୁ ଫିଲ୍ମ ପ୍ରଡ୍ୟୁସରଙ୍କ ଉପରେ କାଷ୍ଟିଂ କାଉଚର ଆରୋପ ଲଗାଇ ସଡକରେ ନିବସ୍ତ୍ର ହୋଇ ଚର୍ଚ୍ଚାରେ ଆସିଥିବା ଶ୍ରୀ ରେଡ୍ଡି ପୁଣିଥରେ ଏବେ ଚର୍ଚ୍ଚାରେ ଆସିଛନ୍ତି । ନିଜର ବୋଲ୍ଡ ଷ୍ଟେଟମେଂଟ ଦ୍ୱାରା ପରିଚିତ ହୋଇଥିବା ଶ୍ରୀ ରେଡ୍ଡି ମହାନ କ୍ରିକେଟର ସଚିନ ତେନ୍ଦୁଲକର ଉପରେ ଆରୋପ ଲଗାଇଛନ୍ତି ।

ନିଜର ଏକ ଫେସବୁକ ପୋଷ୍ଟରେ ଶ୍ରୀ ରେଡ୍ଡି ଲେଖିଛନ୍ତି ସଚିନ ତେନ୍ଦୁଲକର ନାମକ ଏକ ରୋମାଂଟିକ ବ୍ୟକ୍ତି ଯେତେବେଳେ ହାଇଦ୍ରାବାଦ ଆସିଥିଲେ ସେ ଏକ ସୁନ୍ଦର ମହିଳାଙ୍କ ସହ ରୋମାନ୍ସ କରିଥିଲେ । ଏଥିରେ ଚାମୁଣ୍ଡେଶ୍ୱର ସ୍ୱାମୀ ମଧ୍ୟସ୍ଥି ଥିଲେ । ସେ ମହାନ ଏବଂ ଭଲ ଖେଳନ୍ତି ଅର୍ଥାତ ସେ ଭଲ ରୋମାନ୍ସ କରନ୍ତି ବୋଲି ଶ୍ରୀ ରେଡ୍ଡି କହିଛନ୍ତି । ଶ୍ରୀ ରେଡ୍ଡି ଏହି ପୋଷ୍ଟ ଜରିଆରେ ସଚିନଙ୍କୁ ଆରୋପ ଲଗାଇଛନ୍ତି ।

ଏହାଦେଖି ସଚ୍ଚିନଙ୍କ ଫ୍ୟାନ୍ସ କ୍ରୋଧରେ ଶ୍ରୀ ରେଡ୍ଡିଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହା ପ୍ରଥମ ଥର ହୋଇନାହିଁ, ଆଗରୁ ମଧ୍ୟ ଏଭଳି ଘଟଣା ଘଟିିଛି । ଯେତେବେଳେ ଶ୍ରୀ ରେଡ୍ଡି ସେଲିବ୍ରିଟିଙ୍କ ଉପରେ ପର୍ସନାଲ ଟାର୍ଗେଟ କରିଥିଲେ । ଏହାପୁର୍ବରୁ ସେ ପ୍ରଡ୍ୟୁରସର ସୁରେଶ ବାବୁ ଙ୍କ ପୁଅ ଉପରେ ସେକ୍ସୁଆଲ ହାରାସମେଂଟର ଆରୋପ ଲଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More