Only for Entertainment

ଝିଅର ବୁର୍ଖା ପିନ୍ଧିବାକୁ ନେଇ ଟ୍ରୋଲ ହୋଇଥିଲେ ରହମାନ, ଏବେ ସେୟାର କଲେ ସ୍ପେଶାଲ ଫଟୋ

arrahman instagram pic
30

ମ୍ୟୁଜିସିୟନ ଏ ଆର ରହମାନଙ୍କ ଝିଅ ଖାଜିଆ ଏକ ଇଭେଣ୍ଟରେ ବୁର୍ଖା ପିନ୍ଧିବାକୁ ନେଇ ବିବାଦ ଘେରି ଯାଇଥିଲା । ନିକଟରେ ସ୍ଲମଡଗ ମିଲେନିୟରକୁ ୧୦ ବର୍ଷ ପୂରା ହେବା ଅବସରରେ ଏକ ଇଭେଣ୍ଟ ରଖାଯାଇଥିଲା । ଏହି ଇଭେଣ୍ଟରେ ରହମାନଙ୍କ ଝିଅ ବୁର୍ଖାରେ ପହଁଚିଥିଲେ । ଏହି ଇଭେଣ୍ଟରେ ସେ ପାପା ରହମାନଙ୍କ ପାଇଁ ଏକ ଇମୋଶନାଲ ସ୍ପି ଚ ମଧ୍ୟ ଦେଇଥିଲେ । କିନ୍ତୁ ଖାତିଜାଙ୍କ ବୁର୍ଖା ପିନ୍ଧିବାକୁ ନେଇ ପିତା ଏ ଆର ରହମାନଙ୍କୁ ଟ୍ରୋଲ କରାଯାଇଥିଲା ।

 

 

View this post on Instagram

 

The precious ladies of my family ..Khatija ,Raheema and Sairaa with NitaAmbaniji #freedomtochoose

A post shared by @ arrahman on

ଏହା ପରେ ରହମାନ ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ରହମାନ ଏହା କହିବାକୁ ଚାହୁଁଥିଲେ ଯେ, ଖାତିଜାଙ୍କୁ ବୁର୍ଖା ପିନ୍ଧିବା କି ନ ପିନ୍ଧିବା ତାଙ୍କ ପସନ୍ଦ । କିନ୍ତୁ ଏହି ଫଟୋକୁ ନେଇ ମଧ୍ୟ ଲୋକେ ଟ୍ରୋଲ କରିବା ଆରମ୍ଭ କରିବାକୁ ଲାଗିଲେ । ଅନ୍ୟ ପକ୍ଷରେ ଖାତିଜା ଏହି ବିଷୟକୁ ନେଇ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମୋତେ ପରଦା ପଛରେ ରହିବାକୁ ବାଧ୍ୟ କରାଯାଇନାହିଁ । ଯଦି ମୁଁ ବୁର୍ଖା ପିନ୍ଧୁଛି ତେବେ ଏହା ମୋ ପସନ୍ଦ । ମୁଁ ଜଣେ ଆଡଲ୍ଟ ମୋତେ ଜଣା ମୁଁ କ’ଣ ପିନ୍ଧିବି କ’ଣ ନାହିଁ ।

 

View this post on Instagram

 

Raheema ,Khatija and Ameen posing for Hello magazine ?

A post shared by @ arrahman on

ଏବେ ଏହି ବିବାଦ ପରେ ରହମାନ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ତିନି ଛୁଆଙ୍କ ସ୍ପେଶାଲ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଖାତିଜା ବୁର୍ଖା ପିନ୍ଧି ବସିଥିବା ବେଳେ ତାଙ୍କର ଦୁଇ ପାଖରେ ରହିମା ଏବଂ ଆମିନ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏକ ମ୍ୟାଗାଜିନ ପାଇଁ ରହମାନଙ୍କ ତିନି ଛୁଆ ଏହି ଫଟୋ ସୁଟ କରିଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୧୬ ଘଣ୍ଟାରେ ଏହି ଫଟୋକୁ ୩ ଲକ୍ଷ ଲାଇକ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More