Only for Entertainment

ଟକ୍କର ଦେବା ପାଇଁ ପରଦାକୁ ଫେରୁଛନ୍ତି ବୋବାଲ ଟୋକା !

youtube
0 97

ଓଲିଉଡ ଜଗତରେ ସମସ୍ତ ନାୟକଙ୍କୁ ଟକ୍କର ଦେବା ପାଇଁ ପୁଣି ପରଦାକୁ ଫେରିଛନ୍ତି ଓଲିଉଡ ହ୍ୟାଣ୍ଡସମ ଆକ୍ଟର ପ୍ରଦୀପ ଦତ୍ତା ନିଜ ଷ୍ଟାଇଲ୍ ଓ ଅନ୍ଦାଜରେ ଦର୍ଶକଙ୍କୁ ମତୁୱାଲା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ପ୍ରଦୀପ । ତାଙ୍କ ଅପକମିଂ ଫିଲ୍ମର ଟାଇଟଲ ରହିଛି ବୋବାଲ ଟୋକା । ନିକଟରେ ଏହି ସିନେମାର ପୂରା ଟିମକୁ ନେଇ ଏକ ପ୍ରେସ ମିଟ କରିଥିଲେ । ଯେଉଁଠି ଫିଲ୍ମ ବୋବାଲ ଟୋକା ବିଷୟରେ ସମସ୍ତ କଥା ସେୟାର୍ କରାଯାଇଥିଲା ।
bobal toka
ଚନ୍ଦନ ଫିଲ୍ମସ୍ ଓ ଏସ୍ ଫିଲ୍ମସର ମିଳିତ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାକର ବସନ୍ତ । ଏହି ସିନେମା ଜରିଆରେ ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି ଅଭିନେତା ପ୍ରଦୀପ । ଶେଷ ଥର ଚଳଚ୍ଚିତ୍ର କିଏ ଦବ ଟକ୍କରରେ ନିଜ ଜବରଦସ୍ତ ଅଭିନୟ ପରଷି ଦର୍ଶକଙ୍କୁ ଖୁବ ସାରା ଏଂଟରଟେନ କରିଥିଲେ ପ୍ରଦୀପ । ଏବେ ସେ ଭେଟି ଦେବାକୁ ଯାଉଛନ୍ତି ଚଳଚ୍ଚିତ୍ର ବୋବାଲ ଟୋକା ।

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ସୁଧାକର ବସନ୍ତ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଗୌରିଶଙ୍କର । ଏହି ଅପକମିଂ ସିନେମାରେ ପ୍ରଦୀପଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ତପସ୍ୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More