Only for Entertainment

ଅବସର ପରେ ଭାରତୀୟ ସେନାରେ ଥିବା କୁକୁରଙ୍କୁ ଦିଆଯାଏ ମୃତ୍ୟୁ ଦଣ୍ଡ ! ଏହା ହେଉଛି ଅସଲ କାରଣ

DefenceLover
74

ଯେତେବେଳେ ନିଷ୍ଠା ଏବଂ ଆନୁଗତ୍ୟର କଥା ଉଠେ ସେତେବେଳେ କୁକୁରମାନଙ୍କ କଥା ପ୍ରଥମେ ମନକୁ ଆସିଥାଏ । କୁକୁରଙ୍କୁ ବିଶ୍ୱର ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ ବୋଲି କୁହାଯାଇଥାଏ । ଏପରି କି ମଣିଷଙ୍କ ଅପେକ୍ଷା କୁକୁରମାନେ ଅଧିକ ବିଶ୍ୱସ୍ଥ ଏବଂ ନିଷ୍ଠାପର । ଏହାକୁ ଲକ୍ଷ ରଖି କୁକୁରମାନଙ୍କୁ ଭାରତୀୟ ସେନାରେ ସ୍ଥାନ ଦିଆଯାଇଥାଏ ।

ଭାରତୀୟ ସେନାରେ କୁକୁରମାନଙ୍କୁ ଭିନ୍ନ ଧରଣର ଉପଚାର ଏବଂ ଯତ୍ନ ନିଆଯାଇଥାଏ । ସେମାନଙ୍କର ଚିକିତ୍ସା ପାଇଁ ମଧ୍ୟ ଅନେକ ବ୍ୟବସ୍ଥା ନିଆଯାଇଥାଏ । ଭାରତୀୟ ସେନାରେ ମଧ୍ୟ କୁକୁରମାନେ ମୁଖ୍ୟ ଭୂମିକା ତୁଲାଇ ଥାନ୍ତି । ସୋମାନେ ନିଜର ସତ ପ୍ରତିଶତ ଭାରତୀୟ ସେନାକୁ ଦେଇଥାନ୍ତି । ସେଥିପାଇଁ ତ ସେନାର ଯେକୌଣସି ବଡ ମିଶନରେ ସେମାନଙ୍କୁ ସାମିଲ କରାଯାଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଆର୍ମିରେ ଥିବା କୁକୁରମାନେ ଅବସର ପରେ କୁଆଡେ ଯାଇଥାନ୍ତି ? ତେବେ ଆଜି ଆମେ ଆପଣଙ୍କୁ କହୁଛୁ ଆର୍ମିରେ ନିୟୋଜିତ କୁକୁରମାନଙ୍କୁ ଅବସର ପରେ ମୃତ୍ୟୁର ଦଣ୍ଡ ଦିଆଯାଇଥାଏ । ଆଶ୍ଚର୍ଯ୍ୟ ହୋଇଗଲେ ନା ! ଆଜ୍ଞା ହଁ, ଏହା ହେଉଛି ତିକ୍ତ ସତ୍ୟତା ।

Army dog

ଭାରତୀୟ ସେନାରେ ନିୟୋଜିତ କୁକୁର ଯେଉଁମାନେ ସେନା ସହିତ ସବୁବେଳେ କାମ କରିଥାନ୍ତି ସେମାନଙ୍କ ଅବସର ପରେ ତାଙ୍କୁ ଗୁଳି କରି ମାରିଦିଆଯାଏ । ଆସନ୍ତୁ ଜାଣିବା ଏହାପଛରେ କି କାରଣ ରହିଛି ।

କ’ଣ ପାଇଁ କୁକୁରମାନଙ୍କୁ ମାରିଦିଆଯାଏ-

ରିପୋର୍ଟ ଅନୁସାରେ ଆର୍ମିରେ ନିୟୋଜିତ କୁକୁରମାନଙ୍କୁ ମାରିବାର ମୁଖ୍ୟ କାରଣ ହେଉ ଛି ସୁରକ୍ଷା । ଭାରତୀୟ ସେନାଙ୍କ କହିବା ଅନୁସାରେ ଆର୍ମି ଡଗଙ୍କ ପାଖରେ ସବୁ ମିଶନର ସିକ୍ରେଟ ରହିଥାଏ ଏବଂ ମିଶନ ସହ ଜଡିତ ସବୁ ଖବର ରହିଥାଏ । ସେଥିପାଇଁ ଅବସର ପରେ ସେମାନେ ଏହାର ଅପବ୍ୟବହାର କରିବାର ଆଶଙ୍କା ରହିଥାଏ ।

ଏହାର ଆଉ ଏକ କାରଣ ମଧ୍ୟ ରହିଛି ଯଦି ଆର୍ମି ଡଗ ଅସୁସ୍ଥ ହୋଇପଡନ୍ତି ଏବଂ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ନ ଆସେ ତେବେ ଭାରତୀୟ ଆର୍ମି ତାଙ୍କୁ ମାରିଦିଅନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More