Only for Entertainment

ଏହି ହିଟ ଶୋ’ ସହିତ ଛୋଟ ପରଦାକୁ ଫେରିବେ ଅମିର ଖାନ, ସଲମାନ ଏବଂ ଶାହରୁଖଙ୍କୁ ମିଳିବ କଡା ଟକ୍କର ।

indianexpress
0 36

ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରେ ଏବେ ବଲିଉଡ ପରଫେକ୍ସନିଷ୍ଟ ଅମିର ଖାନ ଛୋଟ ପରଦାକୁ ଫେରୁଛନ୍ତି । ଖବର ଅନୁସାରେ ୧୬ ସେପ୍ଟେମ୍ବରରୁ ସଲମାନ ଖାନଙ୍କ ବିବଦୀୟ ଶୋ’ ‘ବିଗ ବସ-୧୨’ ଆରମ୍ଭ ହେବାକୁ ଯାଉଛି । ସେହିପରି ଶାହରୁଖ ଖାନ ବର୍ଷ ଶେଷରେ ଟିଭି ଶୋ’ ଟେଡ ଟକ୍ସର ଦ୍ୱିତୀୟ ସିଜିନ ସହିତ ଛୋଟ ପରଦାକୁ ଫେରିବେ । ଇତି ମଧ୍ୟରେ ଅମିର ଖାନ ମଧ୍ୟ ନିଜର ସୁପରହିଟ ଶୋ’ ‘ସତ୍ୟମେବ ଜୟତେ’ର ତୃତୀୟ ସିଜିନ ସହିତ ଛୋଟ ପରଦାକୁ ଫେରିବେ । ଅମିର ଖାନ ଶୋ’ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ ‘ସତ୍ୟମେବ ଜୟତେ’ର ଆଗାମୀ ସିଜିନକୁ ଦୁଇ ଭାଗରେ ରିଲିଜ କରାଯିବ । ଏହାର ସମୁଦାୟ ୧୧ଟି ଏପିସୋଡ ରହିବ । ଶୋ’ର ପ୍ରଥମ ଭାଗକୁ ଆଗାମୀ ବର୍ଷ ୨୦୧୯ରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରିଲିଜ କରାଯିବ । ଏବଂ ଏହାର ଦ୍ୱିତୀୟ ପାର୍ଟକୁ ଅକ୍ଟୋବରରେ ରିଲିଜ କରାଯିବ । ପ୍ରଥମ ଭାଗରେ ୫ଟି ଏପିସୋଡ ରହିବ ଏବଂ ଦ୍ୱିତୀୟ ଭାଗରେ ୬ ଟି ଏପିସୋଡ ରହିବ ।

aamir

ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଅମିରଙ୍କ ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ଦିୱାଲୀରେ ରିଲିଜ ହେବ । ଏହାର ପ୍ରମୋଶନ ଶେଷ କରିବା ପରେ ‘ଅମିର ସତ୍ୟମେବ ଜୟତେ’ର ପ୍ରସ୍ତୁତି ଆରମ୍ଭ କରିବେ । ସତ୍ୟମେବ ଜୟତେର ପୂର୍ବ ଦୁଇଟି ସିଜିନ ପରି ଏହି ସିଜିନରେ ମଧ୍ୟ ଦେଶ ଦୁନିଆର ଗମ୍ଭୀର ବିଷୟରେ ଆଲୋଚନା କରାଯିବ । ଆଗାମୀ ସିଜିନରେ ଆଗାମୀ ପିଢି, ଡିପ୍ରେସନ, ବେକାରୀ ସମସ୍ୟା ପରି ବିଷୟରେ ଅଧିକ ଫୋକସ ରହିବ ।

ଆପଣଙ୍କୁ କହିରଖୁଛୁ ଯେ, ଅମିର ଖାନ ୫ ବର୍ଷ ପରେ ଏହି ଶୋ’ ଜରିଆରେ ଛୋଟ ପରଦାକୁ ପୁଣିଥରେ ଫେରିବେ । ଏହି ଶୋ’ରୁ ହିଁ ସେ ଛୋଟ ପରଦାରେ ପାଦ ଦେଇଥିଲେ । ଏହି ଶୋ’ର ପ୍ରଥମ ସିଜିନ ୨୦୧୨ରେ ଏବଂ ଦ୍ୱିତୀୟ ସିଜିନ ୨୦୧୪ରେ ଟିଭିରେ ପ୍ରସାରଣ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More