Only for Entertainment

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ ପରେ ହେବ କି କପିଲ ଶର୍ମା-ସୁନିଲ ଗ୍ରୋଭରଙ୍କ ମିଳନ…?

zee news
25

କମେଡି କିଙ୍ଗ୍ କପିଲ ଶର୍ମା ଏବଂ ସୁନିଲ ଗ୍ରୋଭର ଯୋଡି ଦର୍ଶକଙ୍କୁ ଖୁବ ହସାଇଛି । କିନ୍ତୁ ଦୁହିଁଙ୍କ ମଧ୍ୟରେ ଝଗଡା ହେବା ପରେ ଲୋକଙ୍କୁ ପୂର୍ବ ଭଳି ଏଣ୍ଟଟେନ ମେଣ୍ଟ ଡୋଜ ମିଳିନାହିଁ । ନିକଟରେ କପିଲ ଏବଂ ସୁନିଲ ନିଜ ନିଜ ଶୋ’ ସହିତ ଛୋଟ ପରଦାକୁ ଫେରିଛନ୍ତି । ଗୋଟିଏ ପଟେ କପିଲ ଧମାକାଦାର ଟିଆରପି ସହିତ ଫେରିଥିବା ବେଳେ ସୁନିଲଙ୍କ ଶୋ ଫ୍ଲପ ହେବାରେ ଲାଗିଛି । ଏପରି ସ୍ଥିତିରେ ଆଶା କରାଯାଉଛି ଯେ ସୁନିଲ ପୁଣିଥରେ କପିଲଙ୍କ ସହିତ ମିଶି ଲୋକଙ୍କୁ ହସାଇପାରନ୍ତି ।

kapil_sunil_0

ଏକ ଉଣ୍ଟରଭ୍ୟୁରେ ସୁନିଲ କହିଥିଲେ ଶୋ ବନ୍ଦ ହେବାର କାରଣ ହେଉଛି ମୋ ଫିଲ୍ମ । ସେ କହିଛନ୍ତି କାନପୁର ବାଲେ ଖୁରାନା ଶୋ’କୁ ସେ କେବଳ ୮ ସପ୍ତାହ ପାଇଁ ସାଇନ କରିଥିଲେ । ଏବଂ ବାକି ଡେଟ ସେ ସଲମାନ ଖାନଙ୍କ ଫିଲ୍ମ ପାଇଁ ପ୍ରଥମରୁ ହିଁ ବୁକ କରିସାରିଥିଲେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ଫିଲ୍ମ ଭାରତର ସୁଟିଂ ପରେ ସୁନିଲ କପିଲଙ୍କ ଶୋ’କୁ ଫେରିପାରନ୍ତି । କାରଣ କପିଲଙ୍କ ନୂଆ ଶୋ’କୁ ଏବେ ସଲମାନ ଖାନ କପିଲଙ୍କ ସହିତ ମିଶି ପ୍ରଡ୍ୟୁସ କରୁଛନ୍ତି । ଏପରି ସ୍ଥିତିରେ ସୁନିଲ ସଲମାନଙ୍କ କଥା ମାନି କପିଲଙ୍କ ଶୋ’ରେ ଜଏନ କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More