Only for Entertainment

ସପନା ଚୌଧୁରୀଙ୍କ ପରେ ରାଜନୀତିରେ ଯୋଗ ଦେବେ କି ଅଭିନେତା ରଣଦୀପ ହୁଡ୍ଡା !

google
40

ସପନା ଚୌଧୁରୀଙ୍କ ପରେ ଏବେ ଫିଲ୍ମ  ଅଭିନେତା ରଣଦୀପ ହୁଡ୍ଡା ରାଜନୀତିରେ ପାଦ ରଖିବାକୁ ଯାଉଥିବା ବିଷୟ  ଏବେ ଚର୍ଚ୍ଚାରେ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିବା ପରଠାରୁ ଏହି ଚର୍ଚ୍ଚ ଆରମ୍ଭ  ହୋଇଛି । ରଣଦୀପ ମଧ୍ୟ  ମନୋହରଙ୍କୁ ଭେଟିବା ପରେ ତାଙ୍କ ସରକାରଙ୍କ  କାର୍ଯ୍ୟକଳାପକୁ ନେଇ ଟ୍ୱିଟରରେ ବଡ଼ ପ୍ରଶଂସା କରିଛନ୍ତି । ତେବେ ସେ ରାଜନୀତିକୁ ଆସୁଛନ୍ତି ନା ନାହିଁ ସେନେଇ କୌଣସି ଉତ୍ତର ରଖିନାହାନ୍ତି । ଅନ୍ୟପଟେ ତାଙ୍କ ମା’ ଆଶା ହୁଡ୍ଡା ଏହି ସମ୍ଭାବନାକୁ ଖଣ୍ଡନ କରିଛନ୍ତି । ଦୁଇ ଦିନ ତଳେ ସପନା ଭାଜପାରେ ସାମିଲ ହୋଇଥିଲେ ।

ସେହିପରି ଚଣ୍ଡିଗଡ଼ରେ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ମନୋହରଙ୍କୁ ଭେଟିଥିଲେ ରଣଦୀପ । ସେ ମନୋହରଙ୍କୁ ଜଣେ କୁଶଳ ପ୍ରଶାସନ ଦେଉଥିବା ମୁଖ୍ୟମନ୍ତ୍ରୀ ବୋଲି ଉଲ୍ଲେଖ କରି ତାଙ୍କ କାର୍ଯ୍ୟକୁ ବଡ଼ ପ୍ରଶଂସା କରିଥିଲେ । ଟ୍ୱିଟରରେ ମଧ୍ୟ ସେ ଏହି ଭେଟଘାଟର ଫଟୋକୁ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆରେ ଏହି ପୋଷ୍ଟ ପରେ ରଣଦୀପଙ୍କ ଭାଜପାରେ ସାମିଲ ହେବା ବିଷୟ ଆଲୋଚିତ ହେଉଛି । ରଣଦୀପ ଯଦିଓ ଏନେଇ ତାଙ୍କ ସମର୍ଥକମାନଙ୍କୁ କୌଣସି ଉତ୍ତର ଦେଇନାହାନ୍ତି ତେବେ ଫରିଦାବାଦରେ ରହୁଥିବା ତାଙ୍କ ମା’ ଆଶା କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ରଣଦୀପ କୌଣସି ନିର୍ବାଚନ ଲଢିବାକୁ ଯାଉନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More