Only for Entertainment

ବିବାହ କରିବାକୁ ଯାଉଛନ୍ତି ପ୍ରିୟଙ୍କାଙ୍କ ଭଉଣୀ?

aajtak
20

ପରିଣୀତିଙ୍କ ସଂପର୍କୀୟ ଭଉଣୀ ପ୍ରିୟଙ୍କାଙ୍କ ବିବାହ ଗତ କିଛି ଦିନ ପୂର୍ବରୁ ହୋଇଛି । ଚଳିତ ଦିନ ମାନଙ୍କରେ ପରିଣୀତି ଖୁବ ଖୁସିଥିବା ନଜର ଆସିଛି । କାରଣ ଭଉଣୀଙ୍କ ବିବାହକୁ ସେ ଖୁବ ଉପଭୋଗ କରିଛନ୍ତି ।ଖବର ଅନୁସାରେ ସେ ଖୁବଶୀଘ୍ର ତାଙ୍କ କଥିତ ବଏଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେ ଚରିଥ ଦେଶାଇଙ୍କୁ ବିବାହ କରିପାରନ୍ତି । କହିରଖୁଛୁଯେ ଚରିଥ ହ୍ରିତିକ ରୋଶନଙ୍କ ଫିଲ୍ମ ଅଗ୍ନିପଥରେ ଆସିଷ୍ଟାଂଟ ଡାଇରେକ୍ଟର ଥିଲେ । ତେବେ ୨୦୧୭ରେ ପରିଣୀତି ଏବଂ ଚରିଥ ଅଫେୟରକୁ ନେଇ ଚର୍ଚ୍ଚାରେ ରହିଥିଲେ । ୨୦୧୬ ଡ୍ରିମ ଟିମ ଟଚର ସମୟରେ ଦୁଇ ଜଣଙ୍କର ସାକ୍ଷାତ ହୋଇଥିଲା । ସେହି ଦିନଠାରୁ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ବଢିଥିଲା ।ଚରିଥ ପ୍ରିୟଙ୍କାଙ୍କ ପରିବାର ସହିତ ଅଧିକ ସମୟ ଦେଖା ଯାଇଛନ୍ତି ।

ପରିଣୀତି କେବେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନ ଉପରେ କିଛି ମଧ୍ୟ କୁହନ୍ତି ନାର୍ହି । ପରୀଣିତି କୁହନ୍ତିଯେ ଏହା ପୂର୍ବରୁ ମଧ୍ୟ ତାଙ୍କୁ ଅନେକଙ୍କ ନାମ ସହିତ ଯୋଡ଼ା ଯାଇଛି । କିନ୍ତୁ ସେ କେବଳ ଫିଲ୍ମ ଉପରେ ଧ୍ୟାନ ଦିଅନ୍ତି ଏବଂ ଆଗକୁ ମଧ୍ୟ ସେହି କାମ କରିବେ ବୋଲି କୁହନ୍ତି । ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କେବେ ମଧ୍ୟ ଆଲୋଚନା କରିବାକୁ ପସନ୍ଦ କରନ୍ତି ନାହିଁ ।ଏହି ସମସ୍ତ କଥା ଉପରେ ଧ୍ୟାନ ଦିଅନ୍ତି ନାହିଁ ବୋଲି କୁହନ୍ତି ପରିଣୀତି । ତେବେ ୨୦୧୮ରେ ପରିଣୀତି ଫିଲ୍ମ ନମସ୍ତେ ଇଂଲଣ୍ଡରେ ନଜର ଆସିଥିଲେ । ଫିଲ୍ମ ଏତେ ଖାସ କମାଲ କରିପାରି ନଥିଲା । ତାଙ୍କର ଆଗାମୀ ଫିଲ୍ମ ସନ୍ଦୀପ ଔର ପିଙ୍କି ଫରାର ୨୦୧୯ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More