Only for Entertainment

ନେହା ଧୂପିଆଙ୍କ ପରେ ହିମେଶ ରେଶମିୟା କଲେ ସିକ୍ରେଟ ମ୍ୟାରେଜ, ଜାଣନ୍ତୁ କିଏ ହେଲେ ତାଙ୍କ ପତ୍ନୀ

Republic TV
0 103

ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ଗୋଟିଏ ପରେ ଗୋଟିଏ ବଲିଉଡ ଷ୍ଟାରଙ୍କ ବିବାହ ଖବର ଏବେ ସାମ୍ନାକୁ ଆସୁଛି । ଧୁମଧାମରେ ସୋନମଙ୍କ ବିବାହପରେ ବଲିଉଡ ଅଭିନେତ୍ରୀ ନେହା ଧୂପିଆ ସିକ୍ରେଟ ଭାବେ ବିବାହ କରିଥିବା ଖବର ସାମ୍ନାକୁ ଆସିଥିଲା । ଏବେ ଏହି ତାଲିକାରେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ହିମେଶ ରେଶମିୟାଙ୍କ ନାମ ସାମିଲ ହୋଇଛି । କିନ୍ତୁ ଏହି ଖବର କେତେ ଦୂର ସତ ତାହା ବିଷୟରେ ଏବେ ସୂଚନା ମିଳିନାହିଁ ।

himesh

ଖବର ଶୁଣିବାକୁ ମିଳିଛି ଯେ ହିମେଶ ତାଙ୍କର ଲଙ୍ଗ ଟାଇମ ଗର୍ଲ ଫ୍ରେଣ୍ଡ ଅଭିନେତ୍ରୀ ସୋନିଆ କପୁରଙ୍କୁ ବିବାହ କରିଛନ୍ତି । ଏହି ବିବାହରେ କେବଳ ପରିବାର ଲୋକଙ୍କ ସହିତ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ । ଏହି ବିବାହ ଦିଲ୍ଲୀର ଏକ ଗୁରୁଦ୍ୱାରରେ ଅନୁଷ୍ଠିତ ହୋଇଛି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଶୁକ୍ରବାର ଅର୍ଥାତ ଆଜି ସଂଧ୍ୟାରେ ବିବାହ ରିସେପସନ ହୋଇପାରେ ।

himesh-sonia

ଏହା ହିମେଶଙ୍କ ଦ୍ୱିତୀୟ ବିବାହ । ସେ ପ୍ରଥମ ପତ୍ନୀ କୋମଲଙ୍କ ସହିତ ୨୨ ବର୍ଷ ରହିବା ପରେ ତାଙ୍କୁ ତଲାକ ଦେଇଥିଲେ । ଗତବର୍ଷ ଜୁନରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଖବର ଅନୁସାରେ ସୋନିଆଙ୍କ ସହିତ ହିମେଶଙ୍କର ସମ୍ପର୍କ ଏହାର ମୁଖ୍ୟ କାରଣ ଥିଲା ।

ସୋନିଆ କପୁର ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ । ସେ ‘କେସା ୟେ ପ୍ୟାର ହେ’, ‘ଜୁଗନୀ ଚଲି ଜଳନ୍ଧର’, ‘ୟେ ବସ’, ‘ରିମିକ୍ସ’ ପରି ଅନେକ ଟିଭି ଶୋ’ରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More