Only for Entertainment

ଶ୍ରୀଦେବୀଙ୍କ ନିଧନ ପରେ ପ୍ରଥମଥର ମୁହଁ ଖୋଲିଲେ ସ୍ୱାମୀ ବୋନି କପୁର, କହିଲେ କଷ୍ଟକୁ ଶବ୍ଦରେ ପ୍ରକାଶ କରିହେବନାହିଁ ।

jfwonline
0 62

ବଲିଉଡର ଜାଣା ଶୁଣା ଅଭିନେତ୍ରୀ ଶ୍ରୀଦେବୀଙ୍କ ଅସମୟ ମୃତ୍ୟୁପରେ ତାଙ୍କ ସ୍ୱାମୀ ବୋନି କପୁର ପ୍ରଥମଥର ପାଇଁ ନିଜ ଭାବନାକୁ ପ୍ରକାଶ କରିଛନ୍ତି । ସେ ଶ୍ରାଦେବୀଙ୍କ ଟୁଇଟର ଆକାଉଣ୍ଟରେ ଏକ ଲମ୍ବା ପତ୍ର ଲେଖିଛନ୍ତି । ସେଥରେ ସେ କହିଛନ୍ତି ଯେ ଶ୍ରୀଦେବୀ ତାଙ୍କ ପାଇଁ କ’ଣ ଥିଲେ । ତାଙ୍କ ଜୀବନରେ ଶ୍ରୀଦେବୀଙ୍କର କ’ଣ ଭୂମିକା ଥିଲା । ଏହି ପତ୍ରରେ ବୋନି କପୁର ଲେଖିଛନ୍ତି ‘ଜଣେ ବନ୍ଧୁ, ପତ୍ନୀ ଏବଂ ଦୁଇ ଝିଅଙ୍କ ମା’ କୁ ହରେଇବାର କଷ୍ଟକୁ ଶବ୍ଦରେ ପ୍ରକାଶ କରିହେବନାହିଁ ।’

ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ନିଜ ବନ୍ଧୁ, ପରିବାର, ସହେଯାଗୀ, ଶୁଭଚିନ୍ତକ ଏବଂ ଅଗଣୀତ ଫ୍ୟାନମାନଙ୍କୁ ଆଭାର ବ୍ୟକ୍ତ କରିବାକୁ ଚାହେଁ । ମୁଁ ଭାଗ୍ୟଶାଳୀ ଅଟେ ମେତେ ଅର୍ଜୁନ ଏବଂ ଅଂଶୁଲାଙ୍କ ସପୋର୍ଟ ଏବଂ ଭଲପାଇବା ମିଳିଲା । ସେମାନେ ସ୍ତମ୍ବ ଭଳି ମୋର ଏବଂ ମୋ ଦୁଇ ଝିଅ ଜାହ୍ନବୀ ଏବଂ ଖୁସି ସହିତ ଠିଆ ହୋଇ ରହିଲେ ।
ଦୁନିଆ ପାଇଁ ସେ ଚାନ୍ଦନୀ ଥିଲେ, ଚମତ୍କାର ଅଭିନେତ୍ରୀ ଥିଲେ, ଫ୍ୟାନମାନଙ୍କର ଶ୍ରୀଦେବୀ ଥିଲେ କିନ୍ତୁ ମୋ ପାଇଁ ମୋ ପ୍ରେମ ଥିଲେ, ମୋ ବନ୍ଧୁ ଥିଲେ, ମୋ ଦୁଇ ଝିଅଙ୍କ ମା’ ଥିଲେ ଏବଂ ମୋ ପାର୍ଟନର ଥିଲେ । ମୋ ଝିଅମାନଙ୍କ ପାଇଁ ସେ ସବୁ କିଛି ଥିଲେ । ସେ ଆମ ପରିବାରକୁ ବାନ୍ଧି ରଖିଥିଲେ । ମୋର ପ୍ରର୍ଥନା ସମସ୍ତେ ତାଙ୍କର ସମ୍ମାନ କରନ୍ତୁ ।

ବୋନି କପୁର ଏହା ମଧ୍ୟ ଲେଖିଥିଲେ ବର୍ତ୍ତମାନ ମୋର ଚିନ୍ତା ମୋ ଦୁଇ ଝିଅଙ୍କ ହେପାଜତ କିପରି ହେବ ? ଶ୍ରୀଙ୍କ ବିନା କପରି ସେମାନେ ନିଜ ରାସ୍ତା ଅତିକ୍ରମ କରିବେ ? ଶ୍ରୀ ଆମର ଜୀବନ, ଶକ୍ତି ଏବଂ ହସିବାର କାରଣ ଥିଲେ ।

କହିରଖୁଛୁ ଯେ ବୁଧବାର ଦିନ ମୁମ୍ବାଇନର ବିଲେ ପାର୍ଲେ ସେବା ସମାଜ ଶ୍ମଶାନ ଗୃହରେ ଶ୍ରାଦେବୀଙ୍କ ଇନ୍ତିମ ସଂସ୍କାର କରାଗଲା । ଶ୍ରାଦେବୀଙ୍କ ସ୍ୱାମୀ ବୋନି କପୁର ତାଙ୍କ ପାର୍ଥିବ ଶରୀରକୁ ମୁଖାଗ୍ନୀ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More