Only for Entertainment

ସୁନୀଲ ଦତ୍ତଙ୍କ ଭୂମିକା ପରେ ମୋଦୀଙ୍କ ବାୟୋପିକରେ ନଜର ଆସିବେ ପରେଶ ରାୱଲ ।

bollywood tadka
0 40

ବଲିଉଡ ଅଭିନେତା ପରେଶ ରାୱଲ ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ‘ସଂଜୁ’ରେ ସଂଜୟ ଦତ୍ତ ଙ୍କ ପିତା ସୁନୀଲ ଦତ୍ତଙ୍କ ଭୂମିକାରେ ନଜର ଆସିବେ । ପରେଶଙ୍କ ଏହି ଭୂମିକାକୁ ନେଇ ଚର୍ଚ୍ଚା ନ ଥମୁଣୁ ତାଙ୍କ ବିଷୟରେ ଆଉ ଏକ ଖବର ଏବେ ଚର୍ଚ୍ଚା ରହିଛି । ଖବର ଅନୁସାରେ ପରେଶ ରାୱଲ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକରେ ନଜର ଆସିବେ । ଆଜ୍ଞା ହଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ନିର୍ମାଣ କରାଯାଉଛି ଏକ ଫିଲ୍ମ । ଏହି ବାୟୋପିକରେ ପରେଶଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଦେଖିବାକୁ ମିଳିବ ।

modi1

ପରେଶ ରାୱଲଙ୍କ କହିବା ଅନୁସାରେ ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହେଉଛି । ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ଏହା ସହିତ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମାଦୀଙ୍କ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଖୁବ ଚ୍ୟାଲେଞ୍ଜିଙ୍ଗ ରହିବ ।

ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଏହି ବାୟୋପିକକୁ ପରେଶ ନିଜେ ପ୍ରଡ୍ୟୁସ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ପରେଶ ମୋଦୀଙ୍କ ଲୁକରେ କପରି ଦେଖାଯିବେ ଏବଂ ଦର୍ଶକ ତାଙ୍କୁ କେତେ ମାତ୍ରାରେ ଗହଣ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More