Only for Entertainment

ସୂର୍ଯ୍ୟାସ୍ତ ପରେ ଅନ୍ୟକୁ ଦିଅନ୍ତୁ ନାହିଁ ଏହି ୫ଟି ଜିନଷ, ନଚେତ………… ।

punjabkesari
207

ବାସ୍ତୁ ଶାସ୍ତ୍ରରେ ବିଭିନ୍ନ କଥା ଉଲ୍ଲେଖ ଅଛି ଯାହା ଆମ ଦୈନନ୍ଦିନ ଜୀବନ ସହିତ ଜଡ଼ିତ । ଯଦି ଆପଣ ବାସ୍ତୁକୁ ବିଶ୍ୱାସ କରନ୍ତି ତେବେ ଏହି କଥା ଆପଣଙ୍କ କାମରେ ଆସିପାରେ । ଆସନ୍ତୁ ଆଲୋଚନା କରିବା କେଉଁ ୫ଟି ଜିନିଷ ସଂଧ୍ୟା ସମୟରେ ଅନ୍ୟକୁ ଦେବା ଅନୁଚିତ ।

୧. ବାସ୍ତୁ ଶାସ୍ତ୍ର ଅନୁସାରେ ସଂଧ୍ୟା ସମୟରେ କାହାକୁ ପିଆଜ-ରସୁଣ ଦେବା ଅନୁଚିତ । କୁହାଯାଏ ଏହାର କେତୁ ଗ୍ରହ ସହିତ ସଂଯୋଗ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ସଂଧ୍ୟା ସମୟରେ କାହାକୁ ଏହି ଜିନିଷ ଦେବାକୁ ଅଶୁଭ କୁହାଯାଇଛି ।

୨. ନଜର କରିଥିବେ ସଂଧ୍ୟା ସମୟରେ ଲୋକମାନେ ଘରର ଦ୍ୱାର ଖୋଲି ଦିଅନ୍ତି । କାରଣ ଏଭଳି କରିବା ଦ୍ୱାରା ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ କରାଯାଏ । ତେଣୁ ଏହି ସମୟରେ କାହାକୁ ଟଙ୍କା ଦେବା ଅନୁଚିତ । କୁହାଯାଏ ଏଭଳି କରୁଥିବା ଲୋକ ନିଜ ଘରୁ ଲକ୍ଷ୍ମୀଙ୍କୁ ବିଦାୟ କରିଦିଅନ୍ତି ।

୩. କୁହାଯାଏ ଗୁରୁବାର ସଂଧ୍ୟାରେ କାହାକୁ ମଧ୍ୟ ହଳଦୀ ଦେବା ଅନୁଚିତ । ଏଭଳି କରିବା ଦ୍ୱାରା ଘରେ ଧନବୃଦ୍ଧି ହୋଇନଥାଏ ।

୪. ସଂଧ୍ୟା ସମୟରେ କାହାକୁ ଦୁଗ୍ଧ ଦେବା ଅନୁଚିତ । ଏଭଳି କରିବା ଦ୍ୱାରା ଘରୁ ସୁଖଶାନ୍ତି ଦୂର ହୋଇଯାଏ ।

୫. ସୂର୍ଯ୍ୟାସ୍ତ ପରେ ଅନ୍ୟକୁ ଦହି ଦେବା ଅନୁଚିତ । ଏଥିରେ ମଧ୍ୟ ଖରାପ ପ୍ରଭାବ ପଡ଼େ ଏବଂ ଘରର ଅବନତି ହୁଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More