Only for Entertainment

ପିଏମ ମୋଦିଙ୍କ ବାୟୋପିକରେ ବିବେକ ଓବରୟଙ୍କ ସହ ନଜର ଆସିବେ ବମନ ଇରାନୀ !

33

ବିଶିଷ୍ଟ ଅଭିନେତା ବୋମାନ ଇରାନୀ ଆଗାମୀ ବାୟୋପିକ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ରେ ବିବେକ ଆନନ୍ଦ ଓବେରୟଙ୍କ ସହ ଅଭିନୟ କରିବେ। ସେ ଏକ ବିବୃତିରେ କହନ୍ତି, ଏଭଳି ଏକ ଉଲ୍ଲେଖନୀୟ ଫିଲ୍ମରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ। ସନ୍ଦୀପ ସିଂ ଏହାର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ଓମୁଙ୍ଗ କୁମାର ଏବଂ ଓବେରୟଙ୍କୁ ନେଇ ଏକ ସୁଦୃଢ଼ ଟିମ୍‌ ଗଢ଼ିଉଠିଛି। ଏହା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଉଲ୍ଲେଖନୀୟ ଯାତ୍ରାରେ ସାମିଲ ହେବା ଗୌରବର ବିଷୟ ବୋଲି ସେ ମନେକରନ୍ତି। ପ୍ରଯୋଜକ ସନ୍ଦୀପ ସିଂଙ୍କ କହିବାନୁଯାୟୀ, ବୋମାନ ଉକ୍ତ ପ୍ରକଳ୍ପରେ ଏକ ବହୁ ପ୍ରତ୍ୟାଶିତ ଅଭିଜ୍ଞତା ଏବଂ ଗଭୀର ଜ୍ଞାନର ପରିଚୟ ପ୍ରଦାନ କରିବେ। ଏଭଳି ଜଣେ ଚମକସୃଷ୍ଟିକାରୀ ଅଭିନେତାଙ୍କୁ ପାଇ ଆମେ ଉତ୍ସାହିତ। ଶୁଟିଂ ପାଇଁ ଆଉ ଅପେକ୍ଷା କରିହେବ ନାହିଁ।

ଚଳିତମାସ ପ୍ରାରମ୍ଭରେ ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ପୋଷ୍ଟର ୨୩ଟି ଭାଷାରେ ଲଞ୍ଚ୍‌ କରାଯାଇଥିଲା। ଗୁଜରାଟର ଅଧିକାଂଶ ସ୍ଥାନରେ ଏବଂ ଦେଶର କେତେକ ଭାଗରେ ଉକ୍ତ ଫିଲ୍ମର ଶୁଟିଂ କରାଯିବ। ଉକ୍ତ ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଚା ବିକାଠୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବା ପର୍ଯ୍ୟନ୍ତ ଏକ ସୁଦୀର୍ଘ ଯାତ୍ରା ସ୍ଥାନ ପାଇବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More