Only for Entertainment

ୟାମୀ ଗୌତମଙ୍କ ସହ ବ୍ରେକଅପ ପରେ ଏହି ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ପୁଲକିତ ସମ୍ରାଟ, ନାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

bollywoodlife
35

ବଲିଉଡ ଅଭିନେତା ପୁଲକିତ ସମ୍ରାଟ ଏବେ ନିଜ ଫିଲ୍ମ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସଲମାନ ଖାନଙ୍କ କଥିତ ଭଉଣୀ ଶ୍ୱେତା ରୋହିରାଙ୍କ ଟାରୁ ଛାଡପତ୍ର ନେବା ପୂର୍ବରୁ ପୁଲକିତଙ୍କ ନାମ ୟାମୀ ଗୌତମଙ୍କ ସହିତ ଯୋଡା ଯାଉଥିଲା । ଦୁହିଁଙ୍କ ରିଲେସଲସିପ ମିଡିଆରେ ମଧ୍ୟ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଦୁହିଁଙ୍କ ସମ୍ପର୍କ ବେଶୀ ଦିନ ଚାଲିପାରିଲା ନାହିଁ । ଦୁହିଁଙ୍କ ବ୍ରେକଅପକୁ ନେଇ ମଧ୍ୟ ସେତେବେଳେ ବେଶ ଆଲୋଚନା ହୋଇଥିଲା । ଏବେ ଅଭିନେତା ପୁଲକିତ ସମ୍ରାଟ ପୁଣିଥରେ ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ଖବର ଅନୁସାରେ ପୁଲକିତ ସମ୍ରାଟ ଏବେ ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦାଙ୍କୁ ଡେଟ କରୁଛନ୍ତି । ଦୁହିଁଙ୍କୁ ଏବେ ଏକା ସହିତ ସ୍ପଟ କରାଯାଉଛି । କେବଳ ଏତିକି ନୁହେଁ ପୁଲକିତଙ୍କ ଜନ୍ମଦିନରେ କୃତି ତାଙ୍କୁ ସରପ୍ରାଇଜ ଦେବା ପାଇଁ ଚେନ୍ନାଇ ଯାଇଥିଲେ । କୃତି କିଛି ଦିନ ହେବେ ପୁଲକିତଙ୍କ ପର୍ସନାଲ ଟ୍ରେନର ସମୀର ହଂସାରୀଙ୍କ ଠାରୁ ଟ୍ରେନିଂ ନେଉଥିବାର ମଧ୍ୟ ଦେଖବାକୁ ମିଳିଛି । କିନ୍ତୁ ଦୁହେଁ ରିଲେସନସିପକୁ ନେଇ କିଛି ସ୍ପଷ୍ଟ କରିନାହାଁନ୍ତି ।

Pulkit-Samrat

କହିରଖୁଛୁ ଯେ, ପୁଲକିତ ସମ୍ରାଟ ଏବଂ କୃତି ଖରବନ୍ଦା ଫିଲ୍ମ ବୀରେ ଦି ୱେଡିଂରେ ନଜର ଆସିଥିଲେ । ଏହା ବ୍ୟତିତ ଦୁହେଁ ଅନୀଜ ବଜ୍ମୀଙ୍କ ଫିଲ୍ମ ‘ପାଗଳପନ୍ତି’ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଦୁହିଁଙ୍କ ବ୍ୟତିତ ଜନ ଆବ୍ରାହମ , ଇଲିଆନା ଡି-କ୍ରୁଜ, ଅରଶଦ ବାରସୀ, ଉର୍ବଶୀ ରୌତେଲା ଏବଂ ସୌରଭ ଶୁକ୍ଲା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ମାଣ ଭୂଷଣ କୁମାର, କୃଷ୍ଣା କୁମାର, କୁମାର ମନଘଟ ଏବଂ ଅଭିଷେକ ପାଠକ ମିଳିତ ଭାବେ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More