Only for Entertainment

ଧର୍ମକୁ ପ୍ରାଧାନ୍ୟ ଦେଉଥିବା ଲୋକଙ୍କୁ ଏହିଠାରେ ମିଳିବ ନାହିଁ ଖାଇବା, ଜୋମାଟୋ ଘଟଣା ପରେ ହୋଟେଲ ମାଲିକଙ୍କ ନିଷ୍ପତ୍ତି

Indiatimes
50

କିଛି ଦିନ ତଳେ ଅମିତ ଶୁକ୍ଲା ନାମକ ଜଣେ ଯୁବକ ଜୋମାଟୋରୁ ଖାଇବା ଅର୍ଡର କରିଥିଲେ । ଜଣେ ଅଣହିନ୍ଦୁ ଡେଲିଭରୀ ବଏ ଡେଲିଭର କରିବାକୁ ଆସିବାରୁ ଅମିତ ଅର୍ଡର ବାତିଲ କରି ଦେଇଥିଲେ । ଏହା ସହ ଟୁଇଟ୍‌ କରି ଡେଲିଭରୀ ବଏ ଅଣହିନ୍ଦୁ ବୋଲି ସେ ଅର୍ଡର ଗ୍ରହଣ କରି ନଥିବା ଲେଖିଥିଲେ । ଏହା ପରେ ଜୋମାଟୋ ଅମିତଙ୍କ ଟୁଇଟ୍‌ର ଜବାବ ରଖି, ଖାଦ୍ୟର କୌଣସି ଧର୍ମ ନଥାଏ । ଖାଦ୍ୟ ହିଁ ଗୋଟେ ଧର୍ମ ବୋଲି ଲେଖିଥିଲା । କିଛି ଜୋମାଟୋକୁ ସମର୍ଥନ କରିଥିବା ବେଳେ କିଛି ବିରୋଧ ମଧ୍ୟ କରିଥିଲେ । ଏମିତିକି ଫୋନରୁ ଆପ୍‌ ହଟାଇଦେବା ସହ ୫ଷ୍ଟାରରୁ ୧ଷ୍ଟାର ଦେବା ଆରମ୍ଭ କରି ଦେଇଥିଲେ ।

ତେବେ ତାମିଲନାଡୁର ଏକ ରେସ୍ତୋରାଁ ଜୋମାଟୋ କରିଥିବା ଟୁଇଟ୍‌କୁ ସମର୍ଥନ କରିଥିବା ଦେଖାଯାଇଛି । ଏହା ସହ ନିଜ ରେସ୍ତୋରାଁ ବାହାରେ ଯିଏ ଧର୍ମକୁ ପ୍ରାଧାନ୍ୟ ଦେବ, ତାକୁ ଖାଇବାକୁ ଦିଆଯିବ ନାହିଁ ବୋଲି ଲେଖି ସାଇନ୍‌ ବୋର୍ଡ ଲଗାଇଥିବା ଦେଖାଯାଇଛି । ତେବେ ରେସ୍ତୋରାଁ ବାହାରେ ଏଭଳି ସାଇନ୍‌ ବୋର୍ଡ ଦେଖି ଲୋକେ ରେସ୍ତୋରାଁ ମାଲିକକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ଏକ ନିଉଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ରେସ୍ତୋରାଁର ମାଲିକ ଅରୁଣ କହିଛନ୍ତି, ଯଦି ଆମେ ସବୁ ଜିନିଷରେ ଧର୍ମକୁ ଦେଖିବା ତେବେ ଗାଡ଼ିରେ ପେଟ୍ରୋଲ ପକାଇ ପାରିବା ନାହିଁ, କୌଣସି ପୋଷାକ ପିନ୍ଧି ପାରିବା ନାହିଁ । ଧର୍ମ ଓ ଜାତିକୁ ଦେଖିଲେ ଆମେ ଆମର ଦୈଦଦିନ କାମ କରି ପାରିବା ନାହିଁ । ତେବେ ଅରୁଣଙ୍କ ଏଭଳି ପଦକ୍ଷେପ ପରେ ଲୋକେ ଅନ୍ୟ ରେସ୍ତୋରାଁକୁ ତାଙ୍କ ପଥ ଅନୁସରଣ କରିବାକୁ ଉପଦେଶ ଦେବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More