Only for Entertainment

ଗଲି ବଏ ଟ୍ରେଲର ପୂର୍ବରୁ ରିଲିଜ ହେଲା ଦୁଇ ଦୁଇଟି ଟିଜର ।

aajtak
31

ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ଗଲି ବଏର ଫଟୋ,ଟିଜର ଏବଂ ର‌୍ୟାପ ସଙ୍ଗ ରିଲିଜ ହୋଇ ସାରିଛି । ର‌୍ୟାପ ସଙ୍ଗ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଇଛି । ଏବେ କେବଳ ଅପେକ୍ଷା ଟ୍ରେଲର ଦେଖିବା ପାଇଁ । ଖବର ମୁତାବକ ଟ୍ରେଲର ୯ ଜାନୁୟାରୀ ଅର୍ଥାତ ଆସନ୍ତା କାଲି ରିଲିଜ ହେବ । ସବୁଠାରୁ ଖାସ କଥା ହେଉଛି ଟ୍ରେଲର ରିଲିଜ ହେବାକୁ ଖୁବ କମ ସମୟ ବାକି ରହିଥିବା ସମୟରେ ପୁଣିଥରେ ରିଲିଜ ହୋଇଛି ଦୁଇ ଦୁଇଟି ଟିଜର । ଗୋଟିଏ ଟିଜରରେ ଆଲିୟା ନଜର ଆସିଥିବା ବେଳେ ଅନ୍ୟ ଟିଜରରେ ରଣବୀରଙ୍କୁ ଦେଖିବାକୁ ମିଳିଛି । ଏହି ଦୁଇ ଆକ୍ଟର ଟିଜରକୁ ନିଜ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । ଟିଜରରେ ଟ୍ରେଲର ରିଲିଜର ଡେଟ ମଧ୍ୟ ଘୋଷଣା କରାଯାଇଛି ।

ଏହି ଫିଲ୍ମ ୧୪ ଫେବୃୟାରୀକୁ ରିଲିଜ ହେବାକୁ ଯାଉଛି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଜୋୟା ଅଖତର । ଟିଜର ଦେଖି ମନେ ହେଉଛି ରଣବୀର ସିଂ ଫିଲ୍ମର ନବାରମ୍ଭ ଏକ ହିଟ ଫିଲ୍ମରୁ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More