Only for Entertainment

ପୁଣିଥରେ ଏକାଠି ପରଦାରେ ନଜର ଆସିବେ ବାପା-ପୁଅ

19

ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା ହେଲେ ମିହିର ଦାସ। ତାଙ୍କ ପୁଅ ଅମ୍ଳାନ ବି ଓଡ଼ିଆ ସିନେ ଜଗତର ଜଣେ ଟପ୍‌ ନାୟକ।ମିହିର ଓ ଅମ୍ଳାନଙ୍କୁ ଦର୍ଶକ ବେଶ୍‌ କିଛି ଦିନ ବ୍ୟବଧାନରେ ପୁଣି ଏକାଠି ଗୋଟିଏ ସିନେମାରେ ଦେଖିବାକୁ ପାଇବେ। ଏହି ସିନେମାର ଶୀର୍ଷକ ହେଲା‘ପ୍ରେମରେ ମୁଁ ଏମ୍‌ ଏମ୍‌ ବିବି ଏସ୍‌’। ଏହାର ନିର୍ଦ୍ଦେଶକ ହେଲେ ଏସ୍‌ ଦିଲୀପ ପଣ୍ଡା। ଏଥିରେ ମିହିର ଦାସ ଓ ଅମ୍ଳାନ ଏକାଠି କାମ କରିବାକୁ ଯାଉଛନ୍ତି।

ପିତା-ପୁତ୍ର ଯୋଡ଼ି ମିହିର ଓ ଅମ୍ଳାନଙ୍କୁ ସର୍ବପ୍ରଥମେ ସୁନୀଲ ରାଉତଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ’ ଦେହର ଛାଇ’ରେ ଏକାଠି ଦେଖିବାକୁ ମିଳିଥିଲା। ଏଥିରେ ଅମ୍ଳାନ ନାୟକ ଓ ମିହିର ଖଳନାୟକ ଭୂମିକାରେ ନଜର ଆସିଥିଲେ।

ଏହାପରେ ପୁଣି ମିହିର ଦାସ ଓ ଅମ୍ଳାନ ଏସ୍‌.କେ. ମୁରଲୀଧରନଙ୍କ ନିର୍ଦ୍ଦେଶିତ ‘ନୂଆ ନୂଆ ପ୍ରେମରେ’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ପାଗଳ କରିଛୁ ତୁ’ ଓ ପ୍ରଦୀପ ଭୋଳଙ୍କ ନିର୍ଦ୍ଦେଶିତ ‘ଚିନି’ରେ ବି ଦେଖିବାକୁ ମିଳିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More